ETV Bharat / sports

ଡୁପ୍ଲେସିସଙ୍କ ଶତକ, ଅଷ୍ଟ୍ରେଲିଆ ସାମ୍ନାରେ ଦକ୍ଷିଣ ଆଫ୍ରିକାର 326 ରନର ଟାର୍ଗେଟ

ବିଶ୍ବକପର ଶେଷ ଲିଗ ମ୍ୟାଚରେ ଡିଫେଣ୍ଡିଙ୍ଗ ଚମ୍ପିଆନ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେଉଛି । ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ସାମ୍ନାରେ 325 ରନ କରିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)
author img

By

Published : Jul 6, 2019, 10:19 PM IST

ମାଞ୍ଚେଷ୍ଟର: ବିଶ୍ବକପ ଲଢେଇରେ ଆଜି ଶେଷ ଲିଗ ମ୍ୟାଚ ଖେଳାଯାଉଛି । ଡିଫେଣ୍ଡିଙ୍ଗ ଚମ୍ପିଆନ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେଉଛି । ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି 325 ରନ କରିଛି ।

କ୍ୟାପଟେନ ଡୁପ୍ଲେସିସ ଶେଷ ମ୍ୟାଚରେ ଦମଦାର ଶତକ ହାସଲ କରିଛନ୍ତି । 94 ବଲରେ 7ଚୌକା ଓ 2ଛକା ସହାୟତାରେ ସର୍ବାଧିକ 100 ରନର ପାଳି ଖେଳିଛନ୍ତି ଡୁପ୍ଲେସିସ । ଓପନର କ୍ବିଣ୍ଟନ ଡି କକ 52ରନର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ଆଡେନ ମାକ୍ରେମ 34 ଓ ବିଶ୍ବକପରେ ଶେଷ ମ୍ୟାଚ ଖେଳୁଥିବା ଜେପି ଡୁମିନି ରନ କରିଥିଲେ । ତେବେ ରସି ଭାନ ଡର ଡସନ ଶେଷ ଭାଗରେ 4 ଛକା ଓ 4 ଚୌକା ସହାୟତାରେ 95 ରନର ପାଳି ଖେଳିଥିଲେ । ଫଳରେ ଦକ୍ଷିଣ ଆଫ୍ରିକାର ସ୍କୋର 300 ପାର କରିଥିଲା ।

ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଲାୟନ ଓ ମିଚେଲ ଷ୍ଟାର୍କ 2ଟି ୱିକେଟ ଅକ୍ତିଆର କରିଥିଲେ । ପାଟ କମିନ୍ସ ଓ ଜାସନ ବେହେଣ୍ଡ୍ରଫ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.