ETV Bharat / sports

ବିଶ୍ବାସ ରଖ, ଟିମ ଇଣ୍ଡିଆ ଭଲ ଖେଳିବ: ଜାଡେଜା

ଗୋଟିଏ ମ୍ୟାଚରେ ଖରାପ ପ୍ରଦର୍ଶନ ପାଇଁ ଖେଳାଳିଙ୍କୁ ଆକଳନ କରିବା ଠିକ ନୁହେଁ ବୋଲି ଜାଡେଜା କହିଛନ୍ତି ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ
author img

By

Published : May 26, 2019, 9:28 PM IST

ଲଣ୍ଡନ: ବିଶ୍ବକପ ଆସନ୍ତା 30ରୁ ଆରମ୍ଭ ହେଉଛି । ଟିମ ଇଣ୍ଡିଆ ବିଶ୍ବକପ ପାଇଁ ଇଂଲଣ୍ଡରେ ରହିଛି । ଶନିବାର ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଅଭ୍ୟାସ ମ୍ୟାଚ ଖେଳିଥିଲା । ଏଥିରେ 6 ୱିକେଟରେ ଟିମ ଇଣ୍ଡିଆକୁ ନ୍ୟୁଜିଲାଣ୍ଡ ହରାଇଛି ।

ପ୍ରଥମେ ଟସ ଜିତି ବିରାଟ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ । ଯାହା ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ ହୋଇଥିଲା । ପ୍ରଥମେ ବୋଲିଂ ପାଇଁ ପିଚ ଅନୁକୂଳ ଥିଲା । ଏହାର ସମ୍ପୂର୍ଣ୍ଣ ଫାଇଦା ଉଠାଇଥିଲେ ନ୍ୟୁଜିଲାଣ୍ଡର ବୋଲର । ଭାରତ ଘୋର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ରୋହିତ, ଧାୱନ, ରାହୁଲ, କୋହଲି, ଧୋନୀ, କାର୍ତ୍ତିକ ସମସ୍ତେ ଫେଲ ମାରିଥିଲେ ।

ଦଳର 6 ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁ ପାରିନଥିଲେ । 100ରନ ମଧ୍ୟରେ ଅଲଆଉଟ ହେବାର ସ୍ଥିତି ଦେଖାଦେଇଥିଲା । ଜାଡେଜାଙ୍କ ଅର୍ଦ୍ଧଶତକୀୟ ପାଳି ଯୋଗୁଁ ସ୍କୋର 179 ରନରେ ପହଞ୍ଚିପାରିଥିଲା । ଏହାକୁ ନେଇ ଭାରତୀୟ ଦଳର ବ୍ୟାଟିଂକୁ ନେଇ ପ୍ରଶ୍ନ ଉଠାଯାଉଛି । ଜାଡେଜା ଏହାକୁ ଖଣ୍ଡନ କରିଛନ୍ତି । ଗୋଟିଏ ଖରାପ ମ୍ୟାଚ ପାଇଁ ଖେଳାଳିଙ୍କୁ ଆକଳନ କରିବା ଠିକ ନୁହେଁ ଜାଡେଜା କହିଛନ୍ତି । ଇଂଲଣ୍ଡରେ ବ୍ୟାଟିଂ କରିବା ସର୍ବଦା ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଥାଏ । ଭାରତୀୟ ଦଳର ପ୍ରଦର୍ଶନ ଆସୁଥିବା ମ୍ୟାଚରେ ଦମଦାର ହେବ ବୋଲି କହିଛନ୍ତି ଅଲରାଉଣ୍ଡର ଜାଡେଜା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.