ETV Bharat / sports

ଭାରତକୁ ବଡ ଝଟକା, 3 ସପ୍ତାହ ମ୍ୟାଚ ଖେଳିବେନି ଧୱନ ! - thumb fracture

ବିଶ୍ବକପରୁ ବାଦ ପଡିପାରନ୍ତି ଭାରତୀୟ ଓପନର ଶିଖର ଧୱନ । ପ୍ରାୟ 3 ସପ୍ତାହ ପାଇଁ ଧୱନ ମ୍ୟାଚ ଖେଳିବେ ନାହିଁ ବୋଲି ଜଣାପଡିଛି । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଧୱନଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା ।

ଫଟୋ ସୌଜନ୍ୟ: ଡିଜାଇନ ଫଟୋ
author img

By

Published : Jun 11, 2019, 2:38 PM IST

Updated : Jun 11, 2019, 5:43 PM IST

ନୂଆଦିଲ୍ଲୀ: ଭାରତୀୟ ଦଳକୁ ବଡ ଝଡକା । ଆହତ କାରଣରୁ ବିଶ୍ବକପରୁ ବାଦ ପଡିପାରନ୍ତି ଭାରତୀୟ ଓପନର ଶିଖର ଧୱନ । ପାଖାପାଖି 3 ସପ୍ତାହ ଧରି ଧାୱନଙ୍କ ଚିକିତ୍ସା ଚାଲିବ । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଧୱନଙ୍କ ବୁଢା ଆଙ୍ଗୁଠିରେ ଆଘାତ ଲାଗିଥିଲା । ତେବେ ପରୀକ୍ଷା ପରେ ଗୁରୁବାର ଡାକ୍ତର ତାଙ୍କୁ 3 ସପ୍ତାହ ବିଶ୍ରାମ ପାଇଁ ପରାମର୍ଶ ଦେଇଛନ୍ତି । କିନ୍ତୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆର ଫିଜିଓ ଧୱନଙ୍କୁ ଆଉଥରେ ପରୀକ୍ଷା କରିବେ । ଭାରତୀୟ ଟିମ ଓ ସବୁ ପ୍ରଶଂସକ ଧୱନଙ୍କର ବେଶୀ କିଛି ନ ହେଇଥାଉ ଓ ସେ ପୁଣି ଫିଟ ହୋଇ ବିଶ୍ବକପରେ ଭାରତ ପାଇଁ ଖେଳିବେ ବୋଲି ଆଶା ରଖିଛନ୍ତି ।

ରବିବାର ଅଷ୍ଟ୍ରଲିଆ ବିପକ୍ଷ ମ୍ୟାଚରେ ଶିଖର ଶତକୀୟ ପାଳି ଖେଳିଥିଲେ ଓ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । ଦୃତ ବୋଲର ନାଥନ କୁଲଟ୍‌ର ନାଇଲଙ୍କ ବଲ ତାଙ୍କ ବୁଢା ଆଙ୍ଗୁଠିରେ ଲାଗିଥିଲା । ଫଳରେ ସେ ଖୁବ ଯନ୍ତ୍ରଣା ଅନୁଭବ କରିଥିଲେ । ତେବେ ଆଘାତ ସତ୍ତ୍ବେ ସେ ବ୍ୟାଟିଂ ଜାରି ରଖିଥିଲେ । 109 ବଲରୁ 117ରନର ଦମଦାର ପାଳି ଖେଳିଥିଲେ ଶିଖର ।

ପ୍ରଥମ ୱିକେଟ ଯୋଡିରେ ରୋହିତଙ୍କ ସହ ମିଶି ଶତକୀୟ ଭାଗୀଦାରି କରିଥିଲେ । ଫଳରେ ଭାରତ ଅଷ୍ଟ୍ରେଲିଆ ସାମ୍ନାରେ ବିଶ୍ବାଳ 352ର ଲକ୍ଷ୍ୟ ରଖିଥିଲା । ତେବେ ଧାୱନ ଫିଲ୍ଡି୍ଂ କରି ପାରିନଥିଲେ । ଅଷ୍ଟ୍ରେଲିଆ ପାଳିର ସମ୍ପୂର୍ଣ୍ଣ 50 ଓଭର ଧାୱନଙ୍କ ସ୍ଥାନରେ ଜାଡେଜା ଫିଲ୍ଡଂ କରିଥିଲେ । ତେବେ ଏହି ଆଘାତ କାରଣରୁ ଶିଖର ଦଳରୁ ବାଦ ପଡିବାର ଆଶଙ୍କା ଉପୁଜିଛି । ଲୋକେଶ ରାହୁଲଙ୍କୁ ଦଳ ରୋହିତ ଶର୍ମାଙ୍କ ସହ ଓପନିଂଙ୍ଗ କରାଇପାରେ । 4ନଂ ସ୍ଥାନରେ ଋଷଭ ପନ୍ତ ଓ ଶ୍ରେୟସ ଆୟରଙ୍କୁ ଟିମରେ ସାମିଲ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ରାଉରକେଲା : ବିନିତା ଜନ୍ମ ଦିନ ସାଜିଲା ମରଣ ଦିନ। ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ବୋଗଦା ବସ୍ତିରେ ଜଣେ 15 ବର୍ଷୀୟ ନାବାଳିକା ଦେହରେ ନିଆଁ ଲଗେଇ କଲା ଆତ୍ମହତ୍ୟା। ପ୍ରେମ ସମ୍ପର୍କକୁ ନେଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ଆଣିଲେ ପରିବାର ଲୋକ। ପ୍ରେମିକର ଗିରଫ ଦାବିରେ ବନ୍ଧମୁଣ୍ଡା ଥାନା ଘେରିଲେ ବସ୍ତି ବାସୀ। ସୂଚନମୁତବକ ବନ୍ଧମୁଣ୍ଡା ବୋଗଦା ବସ୍ତିରେ ରହୁଥିବା ବିନିତା ବଡାଇକ ନାମକ ଜଣେ 15 ବର୍ଷୀୟ ନାବାଳିକା ଙ୍କ ସେହି ବସ୍ତିରେ ରହୁଥିବା ସଣ୍ଟୁ ଗୋପ ନାମକ ଜଣେ ବିବାହିତ ପୁରୁଷ ତାଙ୍କୁ ଅଭିବାହିତ ର ପରିଚୟ ଦେଇ ପ୍ରେମ କରି ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରି ଆସୁଥିଲେ। ଏହା ଜାଣିବା ପରେ ସଣ୍ଟୁ ର ସ୍ତ୍ରୀ ମାଳତୀ ଗୋପ ବିନିତାଙ୍କୁ ସର୍ବ ସମ୍ମୁଖରେ ଉଲଗ୍ନ କରି ପିଟିଥିଲେ। ଯାହାକୁ ସହି ନପାରି ଗତକାଲି ବିନୀତା ନିଜ ଦେହରେ କିରାସିନି ଢାଳି ଆତ୍ମହତ୍ୟା କରିଥିବାର ଅଭିଯୋଗ ଆଣିଛନ୍ତି ବିନିତାଙ୍କ ପରିବାର ଲୋକ। ବିନିତାଙ୍କୁ ଗୁରୁତ୍ୱର ଅବସ୍ଥାରେ ଆରଜିଏଚ ରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ବିନିତାଙ୍କ ପରିବାର ଲୋକ ପ୍ରେମିକ ସଣ୍ଟୁ ଗୋପ ଏବଂ ତାଙ୍କ ସ୍ତ୍ରୀ ମାଳତୀ ଗୋପ କୁ ଗିରଫ କରିବା ଦାବି ନେଇ ବନ୍ଧମୁଣ୍ଡା ଥାନା ଘେରିଥିଲେ। ତେବେ ପୋଲିସ ତଦନ୍ତ କରୁଛି ଦୋଷୀଙ୍କୁ ଗିରଫ କରିବା ପାଇଁ ପ୍ରତିଶ୍ରୁତି ଦେଲା ପରେ ବସ୍ତିବାସୀ ଶାନ୍ତ ହୋଇଥିଲେ।

Last Updated : Jun 11, 2019, 5:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.