ETV Bharat / sports

ସ୍ତ୍ରୀ ଓ ଝିଅ କୋଭିଡ-19ରୁ ସୁସ୍ଥ ହୋଇଥିବା କହିଲେ ଆଫ୍ରିଦି

author img

By

Published : Jul 3, 2020, 2:01 AM IST

ପୂର୍ବତନ ପାକିସ୍ତାନ କ୍ରିକେଟର ସାହିଦ ଆଫ୍ରିଦି କହିଛନ୍ତି ଯେ ତାଙ୍କ ସ୍ତ୍ରୀ ଓ ଦୁଇ ଝିଅ କୋଭିଡ-19ରୁ ସୁସ୍ଥ ହୋଇଛନ୍ତି । ତେବେ ଆଫ୍ରିଦି ବର୍ତ୍ତମାନ ମଧ୍ୟ ସୁସ୍ଥ ହୋଇ ନାହାନ୍ତି । ଅଧିକ ପଢ଼ନ୍ତୁ...

Wife & daughters clear of COVID-19, Shahid Afridi, ସାହିଦ ଆଫ୍ରିଦି
ସ୍ତ୍ରୀ ଓ ଝିଅ କୋଭିଡ-19ରୁ ସୁସ୍ଥ ହୋଇଥିବା କହିଲେ ଆଫ୍ରିଦି

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି ଗୁରୁବାର ପ୍ରକାଶ କରିଛନ୍ତି ଯେ ତାଙ୍କ ପତ୍ନୀ ଏବଂ ଦୁଇ ଝିଅଙ୍କ କୋଭିଡ-19 ପାଇଁ ନେଗେଟିଭ ଆସିଛି ।

ଆଫ୍ରିଦି ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟରରେ ଏହା ପ୍ରକାଶ କରିଛନ୍ତି । ଏହାସହ ତାଙ୍କ ଫ୍ୟାନ୍ତ ଓ ଫଲୋଅର୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସାନ ଝିଅକୁ ଧରି ଆଫ୍ରିଦି ନିଜର ଏକ ଫଟୋ ସେୟାର କରିଛନ୍ତି ।

ତାଙ୍କ ପୋଷ୍ଟରେ ଲେଖାଥିଲା, ‘‘ଆଲହମଦୁଲିଲା, ମୋ ପତ୍ନୀ ଏବଂ ଝିଅ, ଆକସା ଏବଂ ଅନ୍ସା କୋଭିଡ-19 ପାଇଁ ପଜିଟିଭ ହେବା ପରେ ପୁନଃ ପରୀକ୍ଷା କରିଛନ୍ତି ଓ ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଛି । ଆପଣଙ୍କର ନିରନ୍ତର ଶୁଭେଚ୍ଛା ପାଇଁ ସମସ୍ତଙ୍କୁ ଧନ୍ୟବାଦ, ଏବଂ ସର୍ବଶକ୍ତିମାନ ଆପଣଙ୍କୁ ଆଶୀର୍ବାଦ କରନ୍ତୁ । ବର୍ତ୍ତମାନ ପାରିବାରିକ ସମୟକୁ ଫେରିଛି, ମୁଁ ୟାକୁ କୋଳରେ ଧରିବା ମିସ କରୁଛି ।

ଆଫ୍ରିଦି ଗତ ମାସରେ ସୋସିଆଲ ମିଡିଆରେ ଘୋଷଣା କରିଥିଲେ ଯେ ସେ କୋଭିଡ-19 ପାଇଁ ପଜିଟିଭ ପରୀକ୍ଷା କରିଛନ୍ତି ଏବଂ ତାଙ୍କ ଫଲୋଅର୍ସଙ୍କୁ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରିଥିଲେ।

ଆଫ୍ରିଦିଙ୍କ ସହ ତାଙ୍କର ପ୍ରତିଦ୍ବନ୍ଦ୍ବିତାକୁ ଛାଡି ଭାରତର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଆଫ୍ରିଦିଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିଲେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.