ହାଇଦ୍ରାବାଦ: ଇଂଲଣ୍ଡ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ସେମ କୁରେନ ଅସୁସ୍ଥ । ତେବେ ସେ ନିଜର କୋଭିଡ ଟେଷ୍ଟ କରାଇଛନ୍ତି । ଏଥିସହ ସେମ ଏଜେସ ବାଉଲର ହୋଟଲରେ ନିଜକୁ ସେଲ୍ଫ କ୍ବାରେଣ୍ଟାଇନରେ ରଖିଛନ୍ତି । ସେ ଅଭ୍ୟାସ ମ୍ୟାଚରୁ ମଧ୍ୟ ବାଦ୍ ପଡିଛନ୍ତି ।
ଏନେଇ ଇସିବି କହିଛି ଯେ, ଇଂଲଣ୍ଡର ଅଲରାଉଣ୍ଡର ସେମ ଅସୁସ୍ଥ ହୋଇ ପଡିଥିଲେ । କିନ୍ତୁ ବର୍ତ୍ତମାନ ଟିକେ ସୁସ୍ଥ ଅନୁଭବ କରୁଛନ୍ତି । ସେ ନିଜକୁ ଆଇସୋଲେଟ କରି ଅଭ୍ୟାସ ମ୍ୟାଚରୁ ଦୂରେଇ ରହିଛନ୍ତି । ଏଥିସହ ଏକ ଡାକ୍ତରୀ ଦଳ ତାଙ୍କୁ ଯାଞ୍ଚ କରିବା ସହ କୋଭିଡ-19ର ଟେଷ୍ଟ କରିଛନ୍ତି ।
ସୂଚନାଥାଉକି ଇଂଲଣ୍ଡ ଓ ଇଣ୍ଡିଜ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ 8 ଜୁଲାଇରେ ଖେଳାଯିବ । ମ୍ୟାଚ ପୂର୍ବରୁ ଇଂଲଣ୍ଡ ଟିମ ପଡିଆରେ ଅଭ୍ୟାସ ଆରମ୍ଭ କରିଛି ।