ବେଙ୍ଗାଲୁରୁ: ଭାରତୀୟ ଟିମର ଅଧିନାୟକ ବିରାଟ କୋହଲି ରବିବାର ଦିନ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ବିଜୟ ପରେ କେଏଲ ରାହୁଲଙ୍କ ତୁଳନା ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କ ସହ କରିଛନ୍ତି। ସେ କହିଛନ୍ତି ଯେ, କେଏଲ ରାହୁଲ ଟିମରେ ସନ୍ତୁଳନ ରଖନ୍ତି ଯେପରି 2003ରେ ରାହୁଲ ଦ୍ରାବିଡ ଭୂମିକା ନିଭାଇ ଥିଲେ।
କୋହଲି ସିରିଜ ଜିତିଲା ପରେ ସାମ୍ବାଦିକ ସମ୍ମିଳନୀରେ ତାଙ୍କୁ 4ର୍ଥ କ୍ରମରେ ବ୍ୟାଟିଂକୁ ନେଇ ପଚରା ଯିବାରୁ ସେ କହିଛନ୍ତି ଯେ, ମୁଁ ଭାବୁଛି ଟିମର ଖେଳାଳିଙ୍କ ସ୍ଥାନକୁ ନେଇ ସ୍ପଷ୍ଟତା ନଥିବାରୁ ଆମକୁ ଅତୀତରେ କ୍ଷତି ସହିବାକୁ ପଡିଛି । ଆମେ ଏବେ ଏହି କଥା ବହୁତ ଭଲ ଭାବରେ ବୁଝୁଛୁ। ଏବେ ଆମେ ଏହି କ୍ରମ କିଛି ଦିନ ଜାରି ରଖିବୁ ଓ ଆକଳନ କରିବୁ ଏହି କ୍ରମ ଠିକ୍ ଅଛି କି ନାହିଁ।
ଏଥି ସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଭଲ ଖେଳୁଛୁ। ଟିମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଆମେ କ୍ରମାଗତ ଭାବେ 2ଟି ମ୍ୟାଚ ଜିତିଲୁ। ଟିମରେ କାହିଁକି ପରିବର୍ତ୍ତନ କରାଯାଇ ନାହିଁ ତାହାର କୌଣସି କାରଣ ନାହିଁ। ଟିମର ଭଲ ପାଇଁ ପରିବର୍ତ୍ତନ କରାଯାଇ ନାହିଁ।
ଭାରତ ବେଙ୍ଗଲୁରୁରେ ଭ୍ରମଣକାରୀ ଦଳ ଅଷ୍ଟେଲିଆକୁ 7 ଓ୍ବିକେଟରେ ମାତ୍ ଦେଇଛି । ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି 9 ଓ୍ବିକେଟ ବିନିମୟରେ 286ରନ କରିଥିଲା। ଜବାବରେ ରୋହିତ ଶର୍ମାଙ୍କ 29 ତମ ଶତକ ଓ କୋହଲିଙ୍କ 89 ବଳରେ 3 ଓ୍ବିକେଟ ହରାଇ 289ରନ୍ ହାସଲ କରି ମ୍ୟାଚ ନିଜ ନାଁରେ କରିଛି । ଏଥିସହ 3ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ 2-1ରେ ନିଜ ନାଁରେ କରିଛି।