କଟକ: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ବାରବାଟୀରେ ଦିନିକିଆ ସିରିଜର 3ୟ ତଥା ଅନ୍ତିମ ମ୍ୟାଚ ଖେଳାଯାଉଛି । ଉଭୟ ଟିମ ଗୋଟିଏ ଲେଖାଏଁ ମ୍ୟାଚ ଜିତିଛନ୍ତି । ଫଳରେ 1-1ରେ ସିରିଜ ବରାବର ରହିଛି । ତେବେ ନିର୍ଣ୍ଣାୟକ ମ୍ୟାଚକୁ ଜିତି ସିରିଜ ବିଜୟ ଲକ୍ଷ୍ୟରେ ରହିଛନ୍ତି ଉଭୟ ଟିମ ।
ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି କ୍ୟାପଟେନ ବିରାଟ କୋହଲି । ଫଳରେ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରାଯାଇଛି । ଭାରତ ପକ୍ଷରୁ ନବଦୀପ ସାଇନି ଦିନିକିଆ ମ୍ୟାଚରେ ଡେବ୍ୟୁ କରିଛନ୍ତି । କ୍ୟାପଟେନ ବିରାଟ କୋହଲି ସାଇନିଙ୍କୁ କ୍ୟାପ ପ୍ରଦାନ କରିଛନ୍ତି ।
ଭାରତୀୟ ଚୁଡାନ୍ତ ଏକାଦଶ: ଲୋକେଶ ରାହୁଲ, ରୋହିତ ଶର୍ମା, ବିରାଟ କୋହଲି(କ୍ୟାପଟେନ), ଶ୍ରେୟସ ଆୟର, ଋକ୍ଷଭ ପନ୍ତ, କେଦାର ଯାଦବ, ରବିନ୍ଦ୍ର ଜାଡେଜା, ନବଦୀପ ସାଇନି, ମହମ୍ମଦ ସାମି, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ ।
ୱେଷ୍ଟଇଣ୍ଡିଜ ଚୁଡାନ୍ତ ଏକାଦଶ: ଇଭିନ ଲୁଇସ, ସାଇ ହୋପ(ୱିକେଟ କିପର), କିରଣ ପୋଲାର୍ଡ(କ୍ୟାପଟେନ), ସିମ୍ରନ ହେଟମେୟର, ରୋଷ୍ଟନ ଚେଜ, ନିକୋଲାସ ପୋରନ, ଜେଶନ ହୋଲ୍ଡର, କିମୋ ପୋଲ, ଆଲଜାରୀ ଜୋସେଫ, ଖେରି ପେରୀ, ସେଲଡନ କଟ୍ରେଲ ।