ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପିଠିର ସଫଳ ସର୍ଜରୀ ହୋଇଛି । ଶନିବାର ଦିନ ପାଣ୍ଡ୍ୟା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରି ଏହାର ସୂଚନା ଦେଇଛନ୍ତି ।
ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ସର୍ଜରୀ ସଫଳ ହୋଇଛି । ଆପଣମାନଙ୍କ ଶୁଭକାମନା ପାଇଁ ଧନ୍ୟବାଦ । ଶୀଘ୍ର ଫେରିବି । ସେ ପର୍ଯ୍ୟନ୍ତ ମତେ ମନେ ପକାଉଥାଅ ।
ପାଣ୍ଡ୍ୟା ଦ.ଆଫ୍ରିକା ବିପକ୍ଷରେ 3ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଖେଳିବା ସମୟରେ ତାଙ୍କ ପିଠିରେ ଆଘାତ ଲାଗିଥିଲା । ତେଣୁ ତାଙ୍କୁ ଦ.ଆଫ୍ରିକା ବିପକ୍ଷରେ ଚାଲିଥିବା ଟେଷ୍ଟ ମ୍ୟାଚରେ ସାମିଲ କରାଯାଇ ନଥିଲା ।
ତେବେ ଆହତ କାରଣରୁ ଆଗାମୀ ବାଂଲାଦେଶ ବିପକ୍ଷରେ ହେବାକୁ ଥିବା ଟି-20 ସିରିଜରେ ମଧ୍ୟ ହାର୍ଦ୍ଦିକ ଖେଳି ପାରିବେ ନାହିଁ । ସୂଚନାଥାଉକି, ଏହି ସିରିଜ ଆଗାମୀ ନଭେମ୍ବର 3ରେ ଆରମ୍ଭ ହେବ ।