ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ତଥା ବିଜେପି ସାସଂଦ ଗୌତମ ଗମ୍ଭୀରଙ୍କ ଟ୍ବିଟ କୁ ନେଇ ଚର୍ଚ୍ଚା । ଗମ୍ଭୀର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କଡା ସମାଲୋଚନା କରିଛନ୍ତି । ନାଁ ନନେଇ ଇମ୍ରାନ ଖାନଙ୍କୁ ପାକ ସେନାର କଣ୍ଢେଇ ବୋଲି କହିଛନ୍ତି ।
ମିଳିତ ଜାତିସଂଘ ସାଧାରଣ ପରିଷଦ ବୈଠକରେ ଭାରତ ପକ୍ଷରୁ ପ୍ରଧାନମନ୍ତ୍ରୀ ଅଭିଭାଷଣ ରଖିଥିଲେ । ଅଭିଭାଷଣର ସମୟସୀମା 15 ମିନିଟ ରହିଥିଲା । ଧାର୍ଯ୍ୟ ସମୟସୀମା ମଧ୍ୟରେ ସ୍ବଚ୍ଛତା, ଜଳବାୟୁ ପରିବର୍ତ୍ତନ, ଶାନ୍ତି ମୈତ୍ରୀ, ବିକାଶ ଓ ମାନବବାଦ ବାର୍ତ୍ତା ଦେଇଥିଲେ ମୋଦୀ । ମାତ୍ର ପାକିସ୍ତାନ ପ୍ରଧାନମନ୍ତ୍ରୀ ଧାର୍ଯ୍ୟ ସମୟଠାରୁ ଢେର ଅଧିକ ସମୟର ଏକ ଲମ୍ବା ଭାଷଣ ପ୍ରସ୍ତୁତ କରିଥିଲେ । ତେବେ ତାଙ୍କ ଭାଷଣରେ ପାକିସ୍ତାନ କଥା କମ ଥିଲା ବଂର ଭାରତୀୟ ନେତା ଓ କାଶ୍ମୀର ପ୍ରସଙ୍ଗ ଅଧିକ ରହିଥିଲା । ଏମିତିକି ପରମାଣୁ ଯୁଦ୍ଧର ଧମକ ଦେବାକୁ ପଛାଇନଥିଲେ ଇମ୍ରାନ ।
ଏହାକୁ ନେଇ ଗମ୍ଭୀର ଟ୍ବିଟରେ ଲେଖିଛନ୍ତି ସବୁ ବିଶ୍ବ ନେତାଙ୍କ ପାଇଁ 15 ମିନିଟର ସମୟ ରହିଥିଲା । ତେବେ ଇମ୍ରାନ ଖାନ ଅଧିକ ସମୟ ନେଇ କଣ ପ୍ରମାଣ କରିବାକୁ ଚାହିୁଥିଲେ ? ଯେଉଁ ବ୍ୟକ୍ତି କାଶ୍ମୀରରେ ଶାନ୍ତି କଥା କହୁଥିଲେ ସେହି ନେତା ପରମାଣୁ ଯୁଦ୍ଧର ଧମକ ଦେଉଛନ୍ତି ।