ଇଂଲଣ୍ଡ: ବିଶ୍ବକପରେ ଖୁବ ରନ ବର୍ଷା କରୁଛି ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚଙ୍କ ବ୍ୟାଟ । କ୍ରିକେଟର ଏହି ମହାସମରରେ ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ରନ କରିଥିବା ଅଧିନାୟକ ହେଉଛନ୍ତି ଆରୋନ ଫିଞ୍ଚ । 7ଟି ଇଂନିସରେ ସେ ଏପର୍ଯ୍ୟନ୍ତ 496 ରନ କରି ସାରିଛନ୍ତି ।
ଚଳିତ ବିଶ୍ବକପରେ ଫିଞ୍ଚ 2ଟି ଶତକ କରି ସାରିଛନ୍ତି । ସବୁଠାରୁ ଅଧିକ ରନ ଓ ଶତକ କରିଥିଲେ ମଧ୍ୟ ଆଭେରେଜ ମାମଲାରେ ବିରାଟଙ୍କ ଠାରୁ ବହୁ ପଛରେ ରହିଛନ୍ତି ଫିଞ୍ଚ । ଦିନିକିଆ କ୍ରିକେଟରେ ଅଧିନାୟକ ଭାବେ ସବୁଠାରୁ ଅଧିକ ରନର ଆଭେରଜ ମାମଲାରେ ବିରାଟ କୋହଲି ହିଁ ଏବେ ଶ୍ରେଷ୍ଠ ସ୍ଥାନରେ ରହିଛନ୍ତି । ଅଧିନାୟକ ଭାବେ 79.4 ଆଭେରେଜରେ ରନ କରିଛନ୍ତି କୋହଲି ।
କୋହଲି ମୋଟ 72ଟି ମ୍ୟାଚରେ ଅଧିନାୟକତ୍ବ କରିଛନ୍ତି ଆଉ ଏହି ମ୍ୟାଚ ଗୁଡିକରେ 79.4 ଆଭେରେଜରେ ସେ 4367 ରନ କରିଛନ୍ତି । ଏହି 72ଟି ମ୍ୟାଚ ମଧ୍ୟରୁ 53ଟିରେ ବିଜୟୀ ହୋଇଛି ଭାରତ ଓ 17ଟିରେ ହୋଇଥଛି ପାରଜିତ ।
କୋହଲିଙ୍କ ପରେ ଏହି ତାଲିକାରେ ଅଛନ୍ତି ଦକ୍ଷିଣ ଆଫ୍ରିକା ଅଧିନାୟକ ଏବି ଡିଭିଲିୟର୍ସ । ଡିଭିଲିୟର୍ସଙ୍କ ଆଭେରେଜ ରହିଛି 63.9 । ତୃତୀୟ ସ୍ଥାନରେ ରହିଛନ୍ତି ମହେନ୍ଦ୍ର ସିଂହ ଧୋନି, ଅଧିନାୟକ ଭାବେ ଧୋନିଙ୍କ ବ୍ୟାଟିଂ ଆଭେରେଜ ରହିଛି 53.6 । ଧୋନିଙ୍କ ପରେ ଆସନ୍ତି ଆରୋନ ଫିଞ୍ଚ, ଯିଏ ଅଧିନାୟକ ଭାବେ 53.4 ଆଭେରେଜରେ ବ୍ୟାଟିଂ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ