ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ବୋର୍ଡ (BCCI) ସମସ୍ତ ଖେଳାଳିଙ୍କ ବକେୟା ଟଙ୍କା ଦେଇଛି । ଏହାସହ କହିଛି ଯେ ଏହି କଠିନ ସମୟରେ କାହକୁ ବି ହଇରାଣ ହେବାକୁ ଦେବୁ ନାହିଁ । କୋରୋନା ଯୋଗୁଁ ଅନେକ ଦେଶର ଅର୍ଥବ୍ୟବସ୍ଥା ଦୋହଲି ଯାଇଛି ।
ବୈଶ୍ବିକ ଅର୍ଥନୀତି କୋରୋନ ମାଡରେ ଅନେକ ପଛକୁ ଫେରି ଯାଇଛି । ଏଯାବତ ମହାମାରୀ ଯୋଗୁଁ 95 ହଜାର ଜୀବନ ନେଇ ସାରିଲାଣି । ଅଷ୍ଟ୍ରେଲିଆ, ଇଂଲଣ୍ଡ ପରି ମୁଖ୍ୟ କ୍ରିକେଟ ବୋର୍ଡ ସବୁ ଖେଳାଳିଙ୍କ ଦରମା କାଟି ଦେଇଛନ୍ତି ।
ମାର୍ଚ୍ଚ 24ରେ ଲକ ଡାଉନ ଘୋଷଣା ହେବା ପରେ, ବିସିସିଆଇ ଯେକୌଣସି ପ୍ରକାରର ପରିସ୍ଥିତି ପାଇଁ ପ୍ରସ୍ତୁତ ଥିଲା । ବୋର୍ଡ ଖେଳାଳିଙ୍କୁ କେନ୍ଦ୍ରୀୟ ଚୁକ୍ତିନାମାର ତ୍ରୟମାସିକ କିସ୍ତି ଦେଇ ଦେଇଥିବା ବିସିସିଆଇର ଜଣେ ଅଧିକାରୀ କହିଛନ୍ତି । ଏହାସହ ଇଣ୍ଡିଆ-ଏ ପାଇଁ ଖେଳିଥିବା ଖେଳାଳିଙ୍କୁ ମଧ୍ୟ ତାଙ୍କ ପ୍ରାପ୍ୟ ଦିଆଯାଇଥିବା ସ୍ପଷ୍ଟ କରାଯାଇଛି ।
‘ବିଭିନ୍ନ କ୍ରିକେଟ ବୋର୍ଡ ଖେଳାଳିଙ୍କ ପ୍ରାପ୍ୟ କାଟି ଦେଇଥିବା ବେଳେ ଭାରତୀୟ ଖେଳାଳିଙ୍କର ମଧ୍ୟ ଦରମା କଟାଯିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ବିସିସିଆଇ ଏପରି କଠିନ ସ୍ଥିତିରେ ନିଜ ଖଳାଳିଙ୍କ କଥା ବୁଝିବାରେ ସମର୍ଥ’ ବୋଲି ବିସିସିଆଇ ଅଧିକାରୀ କହିଛନ୍ତି । ନା ଅନ୍ତର୍ଜାତୀୟ ନା ଘରୋଇ ଖେଳାଳି, କେହି ବି ଏହି ପରିସ୍ଥିତିରେ ହଇରାଣ ହେବେ ନାହିଁ ବୋଲି କହିଛି ବିସିସିଆଇ ।