ପୁନେ: ଭାରତ ଓ ଇଂଲଣ୍ଡ ମଙ୍ଗଳବାର ପ୍ରଥମ ଦିନିକିଆ ମ୍ୟାଚରେ ଚୂଡାନ୍ତ ଏକାଦଶରେ ଭାଇ-ଭାଇ ଯୋଡିଙ୍କୁ ନିଜ ଚୂଡାନ୍ତ ଏକାଦଶରେ ସାମିଲ କରିଛନ୍ତି । ଇଂଲଣ୍ଡ ଟମ ଓ ସାମ କରନଙ୍କୁ ସାମିଲ କରିଥିବା ବେଳେ ଭାରତୀୟ ଟିମରେ କ୍ରୁଣାଳ ଓ ହାର୍ଦ୍ଦିକ ପାଣ୍ଡ୍ୟା ଖେଳୁଛନ୍ତି ।
କ୍ରୁଣାଳ ଓ ହାର୍ଦ୍ଦିକ ଭାରତ ପାଇଁ ଦିନିକିଆ ମ୍ୟାଚ ଖେଳିଥିବା ତୃତୀୟ ଭାଇ ଯୋଡି । ମହିନ୍ଦର ଓ ସୁରିନ୍ଦର ଅମରନାଥ, ଇରଫାନ ଓ ୟୁସୁଫ ପଠାନ ପୂର୍ବରୁ ଭାରତୀୟ ଦଳରେ ଖେଳିସାରିଛନ୍ତି । ଅମରନାଥ ଭାଇ ଯୋଡି ଏକାଠି ତିନୋଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ସେହିପରି ଇରଫାନ ଓ ୟୁସୁଫ 8ଟି ଦିନିକିଆ ଓ 8ଟି ଟି20 ମ୍ୟାଚ ଏକାଠି ଖେଳିଛନ୍ତି ।
ତେବେ ଇଂଲଣ୍ଡ ପାଇଁ ଟମ ଓ ସାମ କରନ ପ୍ରଥମ ଭାଇ ଯୋଡି ଭାବେ ଦିନିକିଆ ମ୍ୟାଚ ଖେଳିଛନ୍ତି । ଅକ୍ଟୋବର 2018ରେ ଶ୍ରୀଲଙ୍କା ବିପକ୍ଷ ସ୍କ୍ବାଡରେ ସାମିଲ ହୋଇଥିଲେ ଉଭୟ ଖେଳାଳି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ