ଲକ୍ଷ୍ନୌ: ସାୟଦ ମୋଦି ଇଣ୍ଟରନେସନାଲ ଟୁର୍ଣ୍ଣାମେଣ୍ଟରେ ସର୍ଟଲର ସୌରଭ ବର୍ମାଙ୍କ ବିଜୟ ରଥରେ ରୋକ ଲାଗିଛି । ଫାଇନାଲ ମୁକାବିଲାରେ 26 ବର୍ଷୀୟ ସୌରଭ ପରାସ୍ତ ହୋଇଛନ୍ତି।
ପୁରୁଷ ଏକକ ବର୍ଗରେ ଚାଇନା ସର୍ଟଲର ତାଇପେଇ ୱାଙ୍ଗ ୱେଇଙ୍କ ଠାରୁ 15-21, 17-21 ସେଟରେ ପରାଜିତ ହୋଇଛନ୍ତି ସୌରଭ । ପୂର୍ବରୁ ସେ ଚଳିତ ବର୍ଷ ହାଇଦ୍ରାବାଦରେ ଖେଳାଯାଇଥିବା BWF ସୁପର 100ଟାଇଟେଲ ବିଜେତା ହୋଇଥିଲେ । ତେବେ ଏହି ଫାଇନାଲ ମୁକାବିଲାରେ ହାରିବା ପରେ ପ୍ରଥମ ସୁପର 300 ଟାଇଟେଲ ବିଜୟରୁ ବଞ୍ଚିତ ହୋଇଛନ୍ତି ସୌରଭ ବର୍ମା ।