ETV Bharat / sitara

ଇନଷ୍ଟାକୁ ଫେରିଲେ ପ୍ରିୟା ପ୍ରକାଶ, ଖୁଲାସା କଲେ ଅନେକ କଥା

ନିକଟରେ ନିଜ ଇନଷ୍ଟାଗ୍ରାମକୁ ଡିଲିଟ କରି ଚର୍ଚ୍ଚାରେ ଆସିଥିଲେ ପ୍ରିୟା ପ୍ରକାଶ । ଏବେ ସେ ପୁଣି ଫେରିଛନ୍ତି ଇନଷ୍ଟାକୁ । ଅଧିକ ପଢ଼ନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିୟା ପ୍ରକାଶ ୱାରିୟର

author img

By

Published : Jun 2, 2020, 9:31 PM IST

ମୁମ୍ବାଇ: ୱିଙ୍କ ଗାର୍ଲ ପ୍ରିୟା ପ୍ରକାଶ ୱାରିୟର ସବୁବେଳେ ଇନଷ୍ଟାଗ୍ରାମରେ ଆକ୍ଟିଭ ନଜର ଆସନ୍ତି । ଆଉ ପ୍ରାୟତଃ ଫ୍ୟାନ୍ସଙ୍କ ପାଇଁ ନିଜର ଫଟୋସୁଟ, ମଜାଳିଆ ଭିଡିଓ ସେୟାର କରନ୍ତି । ହେଲେ କିଛି ଦିନ ହେବ ସେ ହଠାତ୍ ସୋସିଆଲ ମିଡିଆରୁ ଗାୟବ ହୋଇଯାଇଥିଲେ । ଯାହାକୁ ନେଇ ଖୁବ୍ ଚିନ୍ତିତ ନଜର ଆସିଥିଲେ ତାଙ୍କ ଫ୍ୟାନ୍ସ । ସେ ନିଜର ଇନଷ୍ଟା ଆକାଉଣ୍ଟ ଡିଆକ୍ଟିଭେଟ କରିଦେଇଥିଲେ । ସୋସିଆଲ ମିଡିଆରୁ ତାଙ୍କ ବାହାରିବାକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଥିଲା । ହେଲେ ଇତିମଧ୍ୟରେ ପ୍ରିୟା ନିଜର ଏକ ଭିଡିଓ ପୋଷ୍ଟ ଜରିଆରେ ଇନଷ୍ଟାରୁ ଦୂରେଇ ରହିବା କାରଣର ଖୁଲାସା କରିଛନ୍ତି ।

ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ସେ କହିଛନ୍ତି ଯେ ହୁଏତ ଲକଡାଉନ ପାଇଁ ଲୋକେ ସୋସିଆଲ ମିଡିଆରେ ଲାଖି ରହିଛନ୍ତି । ଏହି ଲକଡାଉନ ସମୟରେ ସେ ନିଜ ପାଇଁ କିଛି ସମୟ ଚାହୁଁଥିଲେ । ନିଜ ସହିତ ସମୟ ବିତାଇବା ପାଇଁ ସେ ଇନଷ୍ଟାକୁ ଡିଆକ୍ଟିଭେଟ କରିଥିଲେ ।

ପ୍ରିୟା ତାଙ୍କ ଭିଡିଓରେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଯେ ଏହି ଦୁଇ ସପ୍ତାହ ମଧ୍ୟରେ ସୋସିଆଲ ମିଡିଆଠାରୁ ଦୂରରେ ରହିବା ବିଷୟରେ ଅନେକ ଲୋକ ଅନେକ କଥା କହିଛନ୍ତି । ଲୋକମାନେ କହିଛନ୍ତି ଯେ ଟ୍ରୋଲିଂରେ ବିରକ୍ତ ହୋଇ ସେ ଏହା କରୁଛନ୍ତି । ଏହା ଉପରେ ପ୍ରିୟା କହିଛନ୍ତି ଯେ ସେ କେବେ ବି ଟ୍ରୋଲ କରିବା ଏବଂ ତାଙ୍କ ଉପରେ ତିଆରି ହେଉଥିବା ମିମକୁ ଭୟ କରନ୍ତି ନାହିଁ । ଦେଖନ୍ତୁ ଭିଡିଓ...

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.