ETV Bharat / sitara

ପରଲୋକରେ ସଞ୍ଚାରୀ ବିଜୟ: ଅଙ୍ଗ ଦାନ ପାଇଁ ପରିବାରର ନିଷ୍ପତ୍ତି - ବାଇକ ଦୁର୍ଘଟଣାରେ ଚାଲିଗଲା ସଞ୍ଜାରୀ ବିଜୟଙ୍କ ଜୀବନ

ମୃତ୍ୟୁ ପରେ ସଞ୍ଜାରୀଙ୍କ ଅଙ୍ଗ ଦାନ କରିବାକୁ ପରିବାରର ବଡ ଘୋଷଣା । ସାମାଜିକ ସେବାକୁ କରିବାକୁ ଚାହୁଁଥିଲେ ଅଭିନେତା । ଅଧିକ ପଢନ୍ତୁ...

ସଞ୍ଚାରୀ ବିଜୟଙ୍କ ମୃତ୍ୟୁ: ଅଙ୍ଗ ଦାନ କରିବାକୁ ପରିବାରର ନିଷ୍ପତ୍ତି

author img

By

Published : Jun 15, 2021, 11:26 AM IST

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଆପୋଲୋ ହସ୍ପିଟାଲ ନିଶ୍ଚିତ କରିଛି ଯେ ଶନିବାର ବାଇକ ଦୁର୍ଘଟଣା ହୋଇଥିବା କନ୍ନଡ ଅଭିନେତା ସଞ୍ଚାରୀ ବିଜୟଙ୍କ ମୃତ୍ୟୁ ଘଟିଛି । ସେ ଜଣେ ପିଲିଅନ୍ ଆରୋହୀ ଥିଲେ ଏବଂ ଦୁର୍ଘଟଣା ସମୟରେ ସେ ହେଲମେଟ୍ ପିନ୍ଧି ନଥିଲେ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ବିଜୟ ଜଣେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ଏବଂ ବେଙ୍ଗାଲୁରୁରେ କୋରୋନା ରିଲିଫ୍ କାର୍ଯ୍ୟକଳାପରେ ଜଣେ ପ୍ରମୁଖ ଚେହେରା ମଧ୍ୟ ଥିଲେ । ହସ୍ପିଟାଲ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ସଞ୍ଚାରୀ ବିଜୟଙ୍କ ମୃତ୍ୟୁ ମଙ୍ଗଳବାର ଭୋର ରାତି 3'ଟାରେ ହୋଇଥିଲା ।

ସେହିପରି ଦୁର୍ଘଟଣାରେ ତାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିବାର ସୂଚନା ଦେଇଥିଲେ ଡାକ୍ତର । ଯାହାପରେ ହସ୍ପିଟାଲ ତରଫକୁ ତାଙ୍କୁ ବ୍ରେନ ଡେଡ୍ ଘୋଷଣା କରାଯାଇଥିଲା । ଏହାପୂର୍ବରୁ ବିଜୟଙ୍କୁ ସବୁ ସହାୟତାରେ ନ୍ୟୁରୋ ଆଇସିୟୁରେ ଚିକିତ୍ସା କରାଯାଉଥିଲା । ହେଲେ ସେ ଚିକିତ୍ସିତ ସମୟରେ କୋମାରେ ଥିଲେ ।

ସେପଟେ ବିଜୟଙ୍କ ପରିବାର ତାଙ୍କ ଅଙ୍ଗ ଦାନ କରିବାକୁ ସମ୍ମତି ଦେଇଛନ୍ତି । ଜାତୀୟ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ପରିବାର କହିଛନ୍ତି ଯେ ଅଭିନେତା ସର୍ବଦା ସମାଜର ସେବା କରିବା ପାଇଁ ଇଚ୍ଛା କରୁଥିଲେ, ସେଥିପାଇଁ ଆମେ ତାଙ୍କ ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଇଛୁ । ଏହା ତାଙ୍କ ଆତ୍ମାକୁ ଶାନ୍ତି ଯୋଗାଇବ ।

ପ୍ରକାଶ ଥାଉକି ତାଙ୍କ ସହ ଦୁର୍ଘଟଣା ସମୟରେ ଥିବା ତାଙ୍କ ବନ୍ଧୁଙ୍କୁ ଏକ ସହର ଭିତ୍ତିକ ଡାକ୍ତରଖାନାରେ ମଧ୍ୟ ଭର୍ତ୍ତି କରାଯାଇଛି । ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.