ETV Bharat / sitara

ଆଉ ନାହାନ୍ତି ‘ତାରଜନ’ ହିରୋ ଜୋ ଲାରା - ଫେମସ ଆଡଭେଞ୍ଚର ଫିଲ୍ମ ‘ତାରଜନ୍’ ଆକ୍ଟର ଜୋ ଲାରାଙ୍କ ଦେହାନ୍ତ

58 ବର୍ଷ ବୟସରେ ଦୁନିଆ ଛାଡି ଚାଲିଗଲେ ହଲିଉଡ ଆକ୍ଟର ଜୋ ଲାରା । ଜେଟ୍ ଦୁର୍ଘଟଣାରେ ପତ୍ନୀଙ୍କ ସହ ଆଖି ବୁଜିଲେ ଅଭିନେତା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : May 31, 2021, 10:57 AM IST

ୱାଶିଂଟନ: ସାମ୍ନାକୁ ଆସିଲା ନୈରାଶ୍ୟଜନକ ଖବର । ଫେମସ ଆଡଭେଞ୍ଚର ଫିଲ୍ମ ‘ତାରଜନ୍’ ଆକ୍ଟର ଜୋ ଲାରାଙ୍କ ଦେହାନ୍ତ ଟେନେସୀରେ ଏକ ବିମାନ ଦୁର୍ଘଟଣାରେ ହୋଇଛି । ତାଙ୍କ ମୃତ୍ୟୁକୁ ନେଇ ସବୁ ମହଲରେ ଶୋକର ଛାୟା । 58 ବର୍ଷିୟ ଆକ୍ଟର ନିଜ ପତ୍ନୀ ଓ ଆଉ କିଛି ଲୋକଙ୍କ ସହ ନିଜ ବ୍ୟକ୍ତିଗତ ଜେଟରେ ଯାତ୍ରା କରୁଥିବା ସମୟରେ ଏକ ହ୍ରଦରେ ତାଙ୍କ ଜେଟ୍ ଖସିପଡିବାରୁ ତାଙ୍କର ମୃତ୍ୟୁ ଘଟିଛି ।

ଏକ ରିପୋର୍ଟ ଅନୁଯାୟୀ, ସେସନା 501 ବୋଲି କୁହାଯାଉଥିବା ବ୍ୟକ୍ତିଗତ ଜେଟରେ ଶନିବାର (ସ୍ଥାନୀୟ ସମୟ) ସ୍ମିରନା ବିମାନବନ୍ଦରରୁ ଯାତ୍ରା ଆରମ୍ଭ କରି ପାଲମ ବିଚ ଆଡକୁ ଯାଇଥିଲେ, କିନ୍ତୁ କୌଣସି ପ୍ରକାରରେ ପର୍ସି ପ୍ରିଷ୍ଟ ହ୍ରଦ ପାଖରେ ଅବତରଣ କରିବାର କିଛି ସମୟ ପୂର୍ବରୁ ଏହା ଦୁର୍ଘଟଣା ଗସ୍ତ ହୋଇଥିଲା । ପରେ ଅଗ୍ନିଶମ ଏବଂ ଅନ୍ୟ ଉଦ୍ଧାରକାରୀ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଯାଇଥିଲା କିନ୍ତୁ ରାତିସାରା ଅପରେସନ ପରେ ଅଧିକାରୀମାନେ ସୂଚନାରେ ଜଣାଇଥିଲେ ଯେ ଏହି ଦୁର୍ଘଟଣାରେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ।

ପ୍ରକାଶ ଥାଉକି ଏହି ଦୁର୍ଘଟଣାରେ ସମୁଦାୟ ସାତ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଲାରା ତାଙ୍କ ପତ୍ନୀ ଗୁଏନ୍ ଲାରାଙ୍କ ସହ ଥିଲେ । ଅନ୍ୟମାନେ ସ୍ଥାନୀୟ ଲୋକ ବୋଲି ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.