ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ଯାଞ୍ଚ ପାଇଁ ସିବିଆଇର ସ୍ବତନ୍ତ୍ର ଇନଭେଷ୍ଟିଗେସନ ଟିମ (ଏସଆଇଟି) ମୁମ୍ବାଇ ଯାଇ ପ୍ରାୟ ଏକ ମାସ ପରେ ଦିଲ୍ଲୀ ଫେରିଛନ୍ତି । ଏଥିସହିତ ବର୍ତ୍ତମାନ ରବିବାର ଦିନ ସେ AIIMS ଫରେନସିକ୍ ଟିମ୍ ସହିତ ଏକ ବୌଠକ କରିବେ ।
ସିବିଆଇ ସୂତ୍ର ଅନୁଯାୟୀ, ଏସଆଇଟିର ଟିମ୍ ବୁଧବାର ଦିନ ଦିଲ୍ଲୀ ଫେରିଛି ଏବଂ ବର୍ତ୍ତମାନ ରବିବାର ଦିନ ସେ AIIMS ଫୋରେନସିକ୍ ଟିମ୍ ସହିତ ଏକ ବୈଠକ କରିବ ଏବଂ ପରବର୍ତ୍ତୀ ସପ୍ତାହରେ ମଧ୍ୟ ସେ ଏହି ମାମଲାରେ ମେଡିକାଲର ଆଇନଗତ ମତାମତ ଗ୍ରହଣ କରିବେ ।
ସିବିଆଇ ମୁମ୍ବାଇରେ ରହିବା ସମୟରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ AIIMS ଫରେନସିକ୍ ଟିମ୍ ମଧ୍ୟ ସୁଶାନ୍ତଙ୍କ ଫ୍ଲାଟ ପରିଦର୍ଶନ କରି ସୁଶାନ୍ତଙ୍କ ଭଉଣୀ ମିତୁ, ପିଠାନି ଏବଂ ପରର୍ସନାଲ ଷ୍ଟାଫଙ୍କ ସହ ପଚାରାଉଚରା କରିଥିଲା ।
ସିବିଆଇକୁ ସହାୟତା କରିବା ପାଇଁ AIIMS ଫରେନସିକ୍ ବିଭାଗର ମୁଖ୍ୟ ଡଃ. ସୁଧୀର ଗୁପ୍ତା ଏକ ଡାକ୍ତରୀ ଟିମ ଗଠନ କରିଛନ୍ତି । ସୂତ୍ରରୁ ପ୍ରକାଶ ଯେ, AIIMS ଫୋରେନସିକ୍ ଟିମ ମେଡିକାଲ ବୋର୍ଡର ମତାମତ ସିବିଆଇକୁ ଦିଆଯିବ ଏବଂ ଏହା କୌଣସି ସନ୍ଦେହ ବିନା ଫାଇନାଲ ରିପୋର୍ଟ ଉପସ୍ଥାପନ କରିବ ବୋଲି ଆଶା କରାଯାଉଛି ।
ସିବିଆଇ ଟିମ୍ ମୁମ୍ବାଇରେ ରହିବା ସମୟରେ ସୁଶାନ୍ତଙ୍କ ଭଉଣୀ ମିତୁ ସିଂ ଏବଂ ତାଙ୍କ ପିତା କେ କେ ସିଂ ଏବଂ ବଡ ଭଉଣୀ ରାନୀ ସିଂଙ୍କ ବୟାନ ରେକର୍ଡ କରିଥିଲା । ସିବିଆଇର ଏସଆଇଟି ସୁଶାନ୍ତଙ୍କ ଫ୍ଲାଟ ଏବଂ କପୁର୍ ହସ୍ପିଟାଲ ପରିଦର୍ଶନ କରିଥିଲା ଯେଉଁଠାରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିଲା ।
ପ୍ରକାଶ ଥାଉ ଯେ, ସିବିଆଇ ବ୍ୟତୀତ ଇଡି ଏବଂ ଏନସିବି ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ଅନୁସନ୍ଧାନ କରୁଛନ୍ତି। ଡ୍ରଗ୍ ସମ୍ବନ୍ଧୀୟ ମାମଲାରେ ଏନସିବି ରିଆ, ଶୋୟିକ୍, ମିରାଣ୍ଡା, ସାୱନ୍ତଙ୍କୁ ଗିରଫ କରିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ