ସାବରିମାଲା: ପ୍ରଖ୍ୟାତ ଗାୟକ ଏସପି ବାଲସୁବ୍ରମଣ୍ୟମ କରୋନା ସଂକ୍ରମିତ ହେବା ପରେ ଚେନ୍ନାଇର ଆମିନଜିକାରାଇର ଏସଜିଏମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ସାବରିମାଲା ମନ୍ଦିରରେ ସ୍ୱତନ୍ତ୍ର 'ଉଷା ପୂଜା' କରାଯାଇଥିଲା ।
ଏହି କ୍ରମରେ, ଦେବସ୍ୱମ୍ ବୋର୍ଡର କଳାକାରମାନଙ୍କର ନାଦସ୍ବରମରେ ବାଲସୁବ୍ରମଣ୍ୟମଙ୍କ ହିଟ୍ ଗୀତ ବଜାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି ।
ପ୍ରଶଂସକଙ୍କ ସହ ଅନେକ ସେଲିବ୍ରିଟି ମଧ୍ୟ ଗାୟକଙ୍କ ଶୀଘ୍ର ସୁସ୍ଥ କାମନା ପାଇଁ ପ୍ରାର୍ଥନା କରୁଛନ୍ତି ।
- " class="align-text-top noRightClick twitterSection" data="">
ତାମିଲ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଭାରତୀରାଜା, ସଂଗୀତକାର ଇଲୋୟାରାଜା, ଏ.ଆର୍ ରେହମାନ, ଗୀତିକାର ବୀରାମୁଥୁ, ଅଭିନେତା ରଜନୀକାନ୍ତ ସନ୍ଧ୍ୟା 6 ଟାରେ ଜନ ପ୍ରାର୍ଥନାରେ ଯୋଗ ଦେଇଥିଲେ ।
ପ୍ରକାଶ ଥାଉ କି, ବାଲସୁବ୍ରମଣ୍ୟମ 5 ଅଗଷ୍ଟରେ କରୋନା ପଜିଟିଭ୍ ବୋଲି ଜଣାପଡିଥିଲା । ସେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ପ୍ରଶଂସକଙ୍କୁ ଏହା ଜଣାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ