ETV Bharat / sitara

ବିବାହ ବାର୍ଷିକୀର ଗୋଟେ ଦିନ ପୂର୍ବରୁ ଜାଭେଦଙ୍କ ସହ ଫଟୋ ସେୟାର କରିଥିଲେ ଶବାନା - ବିବାହ ବାର୍ଷିକୀର ଗୋଟେ ଦିନ ପୂର୍ବରୁ ଜାଭେଦଙ୍କ ସହ ଫଟୋ

ବିବାହ ବାର୍ଷିକୀର ଗୋଟିଏ ଦିନ ପୂର୍ବରୁ ଶବାନା ଆଜମୀ ସ୍ବାମୀ ଜାଭେଦ ଅଖତରଙ୍କ ସହ ଏକ ଫଟୋ ସେୟାର କରିଥିଲେ । ଫଟୋରେ ଶବାନା ସ୍ବାମୀଙ୍କ କାନ୍ଧରେ ଆଉଜି ହୋଇଥିବାର ନଜର ଆସିଛନ୍ତି । ଅଧିକ ପଢନ୍ତୁ...

shabana-azmi-shared-a-picture-with-javed-akhtar
ବିବାହ ବାର୍ଷିକୀର ଗୋଟେ ଦିନ ପୂର୍ବରୁ ଜାଭେଦଙ୍କ ସହ ଫଟୋ ସେୟାର କଲେ ଶବାନା
author img

By

Published : Dec 9, 2020, 4:32 PM IST

ମୁମ୍ବାଇ: ବୁଧବାର ଭେଟେରାନ ଅଭିନେତ୍ରୀ ଶବାନା ଆଜମୀ ନିଜର 36ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି । ଯାହାକୁ ନେଇ ଶବାନା ମଙ୍ଗଳବାର ସ୍ବାମୀ ତଥା କବି-ଗୀତିକାର-ସ୍କ୍ରିନ୍ ରାଇଟର୍ ଜାଭେଦ ଅଖତରଙ୍କ ସହ ଏକ ବ୍ଲାକ ଆଣ୍ତ ହ୍ବାଇଟ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ ।

ଫଟୋରେ ଅଭିନେତ୍ରୀ ଜଣକ ସ୍ବାମୀଙ୍କ କାନ୍ଧରେ ଆଉଜି ହୋଇଥିବାର ନଜର ଆସିଛନ୍ତି । ଏଥିସହିତ ଦୁହେଁ କ୍ୟାମେରା ଆଡକୁ ଦେଖି ହସୁଥିବାର ମଧ୍ୟ ଦେଖିବାକୁ ମିଳିଛି ।

ଶବାନା କହିଛନ୍ତି ଯେ ଚଳିତ ବର୍ଷ ଡିସେମ୍ବର 9ରେ ଆମର ବିବାହକୁ 36 ବର୍ଷ ।

ଜାଭେଦ୍ କହିଛନ୍ତି ଯେ, ଶବାନା ଏବଂ ମୁଁ ଏତେ ଭଲ ବନ୍ଧୁ ଯେ ବିବାହ ମଧ୍ୟ ଆମର ବନ୍ଧୁତାକୁ ଶେଷ କରିପାରିଲା ନାହିଁ !

ପ୍ରକାଶ ଥାଉ ଯେ, ଶବାନା ଏବଂ ଜାଭେଦ 9 ଡିସେମ୍ବର 1984 ରେ ବିବାହ କରିଥିଲେ । ଜାଭେଦ ତାଙ୍କର ପ୍ରଥମ ପତ୍ନୀ ତଥା ସ୍କ୍ରିନ୍ ରାଇଟର୍ ହନି ଇରାନୀଙ୍କଠାରୁ ଅଲଗା ହେବା ପରେ ଏହି ବିବାହ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.