ETV Bharat / sitara

'ଭୁଜ: ଦ ପ୍ରାଇଡ ଅଫ ଇଣ୍ଡିଆ'ରେ ସାମିଲ ହେଲେ ଏହି କଳାକାର

ଖୁବ୍ ଶୀଘ୍ର ଦର୍ଶକ ପରଦାରେ ଦେଖିବେ 1971 ଭାରତ, ପାକିସ୍ତାନର ଯୁଦ୍ଧ । ଫିିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତା ଅଜୟ ଦେବଗନ । ଏହାସହ ଆଜି ଘୋଷଣା ହୋଇଛି ଫିଲ୍ମର ଅନ୍ୟ କଳାକାରଙ୍କ ନାମ ।

ଡିଜାଇନ ଫଟୋ
author img

By

Published : Mar 20, 2019, 10:31 PM IST

ମୁମ୍ବାଇ: 1971 ଭାରତ-ପାକ ଯୁଦ୍ଧର କାହାଣୀକୁ ନେଇ ଆଧାରିତ ଫିଲ୍ମ 'ଭୁଜ: ଦ ପ୍ରାଇଡ ଅଫ ଇଣ୍ଡିଆ'ରେ ସିଂଘମ ସାମିଲ ହୋଇଥିବା ଖବର ଜୋର ଧରିଛି । ଅଜୟ ଦେବଗନ ଏହି ଫିଲ୍ମରେ ସ୍କ୍ବାଡନ ଲିଡର ବିଜୟ କର୍ଣ୍ଣିକଙ୍କ ଚରିତ୍ରରେ ଅଭିନୟ କରିବେ । ଇତିମଧ୍ୟରେ ଫିଲ୍ମରେ ସାମିଲ ହୋଇଛନ୍ତି ବଲିଉଡର ଶାନଦାର କଳାକାର ।

ଫିଲ୍ମକୁ ନେଇ ଖବର ଶୁଣିବାକୁ ମିଳୁଛି ଯେ ଫିଲ୍ମରେ ଅଜୟଙ୍କ ସହ ନଜର ଆସିବେ ଅଭିନେତା ସଞ୍ଜୟ ଦତ୍ତ, ପରିଣୀତି ଚୋପ୍ରା, ସୋନାକ୍ଷୀ ସିହ୍ନା, ରାଣା ଡୁଗ୍ଗୁବତି ଓ ଏମି ୱିର୍କ । ଆଜି ଫିଲ୍ମ ନିର୍ମାତା ଏହାର ଘୋଷଣା କରିଛନ୍ତି ।

ଫିଲ୍ମର ନିର୍ମାଣ କରୁଥିବା ଭୂଷଣ କୁମାର ଟ୍ବିଟରରେ ଫ୍ୟାନ୍ସଙ୍କୁ ଏହାର ସୂଚନା ଦେଇଛନ୍ତି । ସେ ଏକ ପୋଷ୍ଟ କରି ଲେଖିଛନ୍ତି, "ଭୁଜ: ଦ ପ୍ରାଇଡ ଅଫ ଇଣ୍ଡିଆ ଫିଲ୍ମରେ ଏହି କଳାକାରଙ୍କୁ ସ୍ବାଗତ ।" ଫିଲ୍ମର କାହାଣୀ ଏବଂ ନିର୍ଦ୍ଦେଶନା ଅଭିଷେକ ଦୁଧୈୟା କରିବା ସହ ଖୁବ୍ ଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ ହେବାକୁ ଯାଉଛି ।

Intro:Body:

ଜବତ ହେଲା ହିଜବ୍ବୁଲ ମୁଜାହିଦ୍ଦୀନର ସମ୍ପତ୍ତି

ଶ୍ରୀନଗର: ଆତଙ୍କୀଙ୍କ ବିରୁଦ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ବଡ ପଦକ୍ଷେପ । ଆତଙ୍କୀ ଫଣ୍ଡିଂ ମାମଲାରେ କାର୍ଯ୍ୟାନୁଷ୍ଠାନ ନେଲା ଇଡି । ଆତଙ୍କୀ ସଙ୍ଗଠନ ହିଜବ୍ବୁଲ ମୁଜାହିଦ୍ଦୀନର ମୁଖିଆ ସଇଦ ସଲାଉଦ୍ଦୀନର ଜମ୍ମୁ କଶ୍ମୀରରେ ଥିବା 13ଟି ସମ୍ପତ୍ତି ଜବତ କରିଛି ଇଡି । କିନ୍ତୁ ସଲାଉଦ୍ଦୀନ ବର୍ତ୍ତମାନ ପାକିସ୍ତାନର ରାୱଲପିଣ୍ଡିରେ ରହୁଛି ।

ଧନ ସଂଶୋଧନ ନିବାରଣ ଅଧିନିୟମ (ପିଏମଏଲଏ) ଅନୁଯାୟୀ ହିଜବ୍ବୁଲ ବିରୁଦ୍ଧରେ ଇଡି ସମ୍ପତ୍ତି ଜବତ କରିବା ପାଇଁ ନୋଟିସ ଜାରି କରିଥିଲା । ଏହି ସମ୍ପତ୍ତି ବନ୍ଦିପୋରା ବାସିନ୍ଦା ମହମ୍ମଦ ଶାଫି ଶାହ ଓ ଆତଙ୍କୀ ସଙ୍ଗଠନ ସହ ଜଡିତ ରାଜ୍ୟର 6 ଜଣଙ୍କ ନାମରେ ରହିଛି । ପୂର୍ବରୁ ସଲାଉଦ୍ଦୀନ, ସାହ ଓ ଅନ୍ୟମାନଙ୍କ ବିରୁଦ୍ଧରେ ବେଆଇନ ଗତିବିଧି ନିୟନ୍ତ୍ରଣ ଅଧିନିୟମ (ୟୁଏପିଏ) ଆଧାରରେ ଅଭିଯୋଗ ପତ୍ର ଦାଖଲ କରିଥିଲା ଇଡି ।   

ନିକଟରେ ଜମ୍ମୁ ବସଷ୍ଟାଣ୍ଡରେ ଗ୍ରେନେଡ ଆକ୍ରମଣ ଘଟଣାରେ ହିଜ୍ଜବୁଲ ଆତଙ୍କୀ ସଙ୍ଗଠନର ନାମ ସାମନାକୁ ଆସିଥିଲା । ତେବେ ଆକ୍ରମଣକାରୀ ୟାସିର ଭଟ୍ଟକୁ ଗିରଫ କରିଥିଲା ପୋଲିସ । ହିଜ୍ଜବୁଲ କମାଣ୍ଡରର ନିର୍ଦ୍ଦେଶକ୍ରମେ ୟାସିର ବସଷ୍ଟାଣ୍ଡରେ ଗ୍ରେନେଡ ମାଡ କରିଥବା ସ୍ୱୀକାର କରିଥିଲା । 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.