ମୁମ୍ବାଇ: ସଲମାନ ଖାନ ଆଜିକାଲି ନିଜର ଆଗାମୀ ଫିଲ୍ମ 'ଭାରତ' ପ୍ରମୋଶନରେ ଲାଗିପଡିଛନ୍ତି । ଆଉ ଗୋଟିଏ ମାସ ପରେ ଫିଲ୍ମ ରିଲିଜ ହେବାକୁ ଯାଉଛି । କିନ୍ତୁ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଏବେ ଠାରୁ କ୍ରେଜ ଦେଖିବାକୁ ମିଳୁଛି । ଏହାସହ ସେ 'ଦବଙ୍ଗ' ସିରିଜର ତୃତୀୟ ଫିଲ୍ମ 'ଦବଙ୍ଗ-3'ର ସୁଟିଂରେ ମଧ୍ୟ ବ୍ୟସ୍ତ ଅଛନ୍ତି ।
କିଛି ଦିନ ପୂର୍ବରୁ ସେ ଫିଲ୍ମର ପ୍ରଥମ ସିଡ୍ୟୁଲ ମଧ୍ୟପ୍ରଦେଶରେ ପୁରା କରିଥିଲେ । ସେହିଠାରେ ସେ ଫିଲ୍ମର ଟାଇଟଲ ଟ୍ରାକର କିଛି ସିନ ସୁଟ କରିଥିଲେ । ବର୍ତ୍ତମାନ ସଲମାନ ଏହାର ଦ୍ବିତୀୟ ସିଡ୍ୟୁଲର ସୁଟିଂ ମୁମ୍ବାଇରେ ଆରମ୍ଭ କରି ଦେଇଛନ୍ତି । ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ପାଇଁ ଏକ ଖବର ସାମ୍ନାକୁ ଆସିଛି ।
କଥାଟି ହେଲା କି 'ଦବଙ୍ଗ-3'ରେ ଦବଙ୍ଗର ଫେମସ ଗୀତ 'ମୁନ୍ନି ବଦନାମ ହୁଇ'ର ରିମେକ ଶୁଣିବାକୁ ମିଳିବ । ଯେଉଁଥିରେ ସଲମାନ ଠୁମକା ଲଗାଉଥିବାର ଦେଖାଯିବେ । କିନ୍ତୁ ଦର୍ଶକଙ୍କ ପାଇଁ ଏହି ଗୀତରେ ଏକ ଟ୍ବିଷ୍ଟ ରହିଛି । ଏଥର ମୁନ୍ନୀ ବଦନାମ ହେବନାହିଁ ମୁନ୍ନା ବଦନାମ ହେବାକୁ ଯାଉଛି । ଆଜ୍ଞା ହଁ, ରିମେକ ଗୀତଟି ମୁନ୍ନା ବଦନାମ ହୁଆ ରଖାଯାଇଛି । ଯାହାକୁ ନେଇ ଉତ୍ସାହିତ ଷ୍ଟାରକାଷ୍ଟ ।