ହାଇଦ୍ରାବାଦ: ‘ବାହୁବଳୀ’ ଫେମ୍ ପ୍ରଭାଷ ଓ ଅନୁଷ୍କା ସେଟ୍ଟୀଙ୍କ ସହ ସମ୍ପର୍କକୁ ନେଇ ଅନେକ ଖବର ସାମ୍ନାକୁ ଆସିଛି । ଦୁହିଁଙ୍କ ଯୋଡିକୁ ବେଶ୍ ପସନ୍ଦ କରନ୍ତି ଦର୍ଶକ । ଏପରିକି ଦୁହିଁଙ୍କୁ ଏକାଠି ଦେଖିବାକୁ ଫ୍ୟାନ୍ସଙ୍କ ପ୍ରବଳ ଆଗ୍ରହ । ସେମାନଙ୍କ ସମ୍ପର୍କକୁ ନେଇ ଅନେକ ରୁମର୍ ଶୁଣିବାକୁ ମିଳେ ।
ନିକଟରେ ଦୁହିଁଙ୍କ ବିବାହକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । ଏପରିକି ଲସ୍ ଆଞ୍ଜେଲ୍ସରେ ଦୁହେଁ ଘର ମଧ୍ୟ କିଣି ସାରିଛନ୍ତି ବୋଲି ଶୁଣାଯାଉଥିଲା ମାତ୍ର ଏସବୁକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ଅଭିନେତା ପ୍ରଭାଷ । 11 ବର୍ଷ ହେଲା ଦୁହେଁ ବନ୍ଧୁ ଅଛନ୍ତି, ସେମାନଙ୍କ ମଧ୍ୟରେ କୌଣସି ପ୍ରେମ ସମ୍ପର୍କ ନଥିବା କହିଛନ୍ତି ପ୍ରଭାଷ ।
ଯେ ପର୍ଯ୍ୟନ୍ତ ଅନୁଷ୍କାଙ୍କ ବିବାହ ନହୋଇଛି, ସେ ଯାଏଁ ଏହି ରୁମର ସରିବ ନାହିଁ । ପ୍ରଭାଷ ଏହା ମଧ୍ୟ କହିଥିଲେ କି, ଯଦି ଶ୍ରଦ୍ଧାଙ୍କ ସହ ପ୍ରଭାଷ ଆଉ ଏକ ଫିଲ୍ମ କରିବେ ତେବେ ଦର୍ଶକ ପୁଣି ତାଙ୍କ ସହ ନାଁ କୁ ଯୋଡିବେ । ବାହୁବଳୀ ସିରିଜର ସଫଳତା ପରେ ପ୍ରଭାଷ, ଶ୍ରଦ୍ଧାଙ୍କ ସହ ‘ସାହୋ’ରେ ନଜର ଆସିଥିଲେ ।