ମୁମ୍ବାଇ: ପୁଣି ଆଇନ ଗତ ସମସ୍ୟାରେ ଫସିଲେ କୁଇନ କଙ୍ଗନା ରଣାୱତ । ମୁମ୍ବାଇ କୋର୍ଟର ଆଦେଶ ପରେ ଖାର ପୋଲିସ ଶୁକ୍ରବାର ଦିନ ଅଭିନେତ୍ରୀଙ୍କ ନାଁରେ ଏକ ମାମଲା ରୁଜୁ କରିଛନ୍ତି । ତାଙ୍କ ବିରୋଧରେ ‘ଦିଦା: ଦି ୱାରିଅର୍ କୁଇନ୍ ଅଫ୍ କାଶ୍ମୀର’ର ଲେଖକ ଆଶିଷ କୌଲ କପିରାଇଟ୍ ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଛନ୍ତି।

ଏହି ମାମଲାରେ ଜଣେ ପୋଲିସ ଅଧିକାରୀ କହିଛନ୍ତି, ‘ଆଇପିସି (ବି) ର ଧାରା 406,415,418,34,120 ଅନୁଯାୟୀ କଙ୍ଗନା, କମଲ କୁମାର ଜୈନ, ରଙ୍ଗୋଲି ଚାନ୍ଦେଲ ଏବଂ ଅକ୍ଷତ ରଣାୱତଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି ଏବଂ 51,63,63A କପିରାଇଟ୍ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି।’
ବାନ୍ଦ୍ରା ମହାନଗର ନିଗମର ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶରେ ଏଫଆଇଆର ଧାରା 405 (ଟ୍ରଷ୍ଟର ଅପରାଧିକ ଉଲ୍ଲଂଘନ), 415 (ଜାଲିଆତି), 120 ବି (ଅପରାଧିକ ଷଡଯନ୍ତ୍ର) ଏବଂ ଭାରତୀୟ ଦଣ୍ଡବିଧି ଆଇନର କପିରାଇଟ୍ ନିୟମ ଅନୁଯାୟୀ ପଞ୍ଜୀକୃତ ହୋଇଛି ଏବଂ ଏହି ମାମଲାର ଅଧିକ ଯାଞ୍ଚ ଜାରି ଅଛି ବୋଲି କହିଛନ୍ତି ଅଧିକାରୀ।
‘ଦିଦା: ଦି ୱାରିଅର୍ କୁଇନ୍ ଅଫ୍ କାଶ୍ମୀର’ର ଲେଖକ ଆଶିଷ, ଯାହାଙ୍କ ବହିର ହିନ୍ଦୀ ସଂସ୍କରଣ ‘କାଶ୍ମୀର କି ଯୋଦ୍ଧା ରାନୀ ଦିଦା’ର ଅନୁବାଦ କରାଯାଇଛି । ସେ କଙ୍ଗନାଙ୍କ ଉପରେ ଏହି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଆଉ କହିଛନ୍ତି, ‘ଦିଦାଙ୍କ ଜୀବନ କାହାଣୀରେ ତାଙ୍କର ସ୍ବତନ୍ତ୍ର କପିରାଇଟ୍ ଅଛି ଯିଏ ଲୋହର (ପୁଞ୍ଚ)ର ରାଜକୁମାରୀ, ବର୍ତ୍ତମାନ ଜାମ୍ମୁ କାଶ୍ମୀରରେ ଏବଂ କାଶ୍ମୀରର ରାଣୀ ଥିଲେ । କୌଣସି କଳ୍ପନା ଦ୍ବାରା ଏହା ବିଶ୍ବାସଯୋଗ୍ୟ କି ଏକ ପ୍ରଖ୍ୟାତ ଅଭିନେତ୍ରୀ-ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ଏକ କାହାଣୀ ଏବଂ ଏକ ପୁସ୍ତକ କପି କରାଯାଇଛି ?
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ