ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ସିବିଆଇ ଯାଞ୍ଚ ଆଦେଶ ମିଳିବା ମାତ୍ରେ ରିଆ ଚକ୍ରବର୍ତ୍ତୀ ସମସ୍ତେ 6 ଲୋକଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିଲା । ଯାହାପରଠୁ ଅନେକ ଆଶ୍ଚର୍ଯ୍ୟକର କଥା ସାମ୍ନାକୁ ଆସିବାରେ ଲାଗିଛି । ଏହି ମାମଲାର ତଦନ୍ତ ପାଇଁ ବିହାର ଓ ମୁମ୍ବାଇ ପୋଲିସ ମୁହାଁମୁହିଁ ହୋଇଥିଲେ । ଆଉ ଏବେ ସୂଚନା ମିଳିଛି ଯେ ବିହାର ପୋଲିସ ସିବିଆଇକୁ ସବୁ ତଦନ୍ତ ରିପୋର୍ଟ ଦେଇଛି ।
ଏହି ସୂଚନା ଅନୁଯାୟୀ ବିହାର ପୋଲିସର 4 ଅଧିକାରୀ ସିଟି ଟିମ ମୁମ୍ବାଇ ତଦନ୍ତ ପାଇଁ ଯାଇଥିଲେ । ଆଉ ଯେତେ ଲୋକଙ୍କ ବୟାନ ନେଇଥିଲେ, ଯେଉଁ ସାକ୍ଷୀ ଏକଜୁଟ କରିଥିଲେ ସବୁର ରିପୋର୍ଟ ଫାଇଲ ତିଆରି କରି ସିବିଆଇ ହାତରେ ଦେଇଛି । ପାଟନା ପୋଲିସ ନିଜ ଯାଞ୍ଚରେ କିଛି ଆଶ୍ଚର୍ଯ୍ୟକର ଜିନିଷର ସୂଚନା ମଧ୍ୟ ସିବିଆଇ ସହ ସେୟାର କରିଛି ।
ପ୍ରକାଶ ଥାଉକି ରିଆଙ୍କ ବ୍ୟତୀତ ତାଙ୍କ ଭାଇ-ବାପାଙ୍କ ବୟାନ ରେକର୍ଡ କରାଯିବ । ଶୋଭିକ ଚକ୍ରବର୍ତ୍ତୀ ଓ ଇନ୍ଦ୍ରଜୀତ ଚକ୍ରବର୍ତ୍ତୀଙ୍କୁ ସୋମବାର ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଶୁକ୍ରବାର ରିଆଙ୍କ ବୟାନ ରେକର୍ଡ କରାଯାଇଥିଲା । ପୁନଃ ରିଆଙ୍କ ବୟାନ ମଧ୍ୟ ରେକର୍ଡ କରାଯିବ ।