ମୁମ୍ବାଇ: ଲୋକପ୍ରିୟ ଫିଲ୍ମ ନିର୍ମାତା କରନ ଜୋହରଙ୍କ ମେଗା ଷ୍ଟାରର ଫିଲ୍ମ 'କଲଙ୍କ'କୁ ନେଇ ଉତ୍ସାହିତ ଅଛନ୍ତି ଫ୍ୟାନ୍ସ । ଫିଲ୍ମର ଟିଜର କିଛି ଦିନ ପୂର୍ବରୁ ରିଲିଜ ହୋଇଯାଇଛି । ଟିଜର ଦେଖି ଦର୍ଶକ ବଡ ପରଦାରେ ଫିଲ୍ମକୁ ଦେଖିବାକୁ ଖୁବ୍ ଉତ୍ସାହିତ । ଫିଲ୍ମରେ ବରୁଣ ଧୱନ, ଆଲିୟା ଭଟ୍ଟ, ସଞ୍ଜୟ ଦତ୍ତ, ମାଧୁରୀ ଦୀକ୍ଷିତ, ଆଦିତ୍ୟ ରାୟ କପୁର, ସୋନାକ୍ଷୀ ସିହ୍ନା ଭଳି କଳାକାର ଏକାଠି ନଜର ଆସିବେ ।
ନିକଟରେ ଫିଲ୍ମର ଅନେକ ପୋଷ୍ଟର ସାମ୍ନାକୁ ଆସିଥିଲା । ଯେଉଁଥିରେ ସବୁ କଳାକାରଙ୍କ ଭିନ୍ନ ଭିନ୍ନ ଲୁକ ଦେଖିବାକୁ ମିଳିଥିଲା । ଏବେ ଫିଲ୍ମର ନୂଆ ପୋଷ୍ଟର ଜାରି ହୋଇଛି । ପୋଷ୍ଟରରେ ବରୁଣ ଏକ ଷଣ୍ଡ ସହ ଲଢୁଥିବାର ଦେଖାଯାଇଛନ୍ତି । ଏହି ପୋଷ୍ଟରକୁ କରନ ନିଜ ଇନଷ୍ଟଗ୍ରାମରେ ଫ୍ୟାନ୍ସଙ୍କ ପାଇଁ ସେୟାର କରିଛନ୍ତି । କରନଙ୍କ ଏହି ଫିଲ୍ମ ଏପ୍ରିଲ 17ରେ ରିଲିଜ ହେବାକୁ ଯାଉଛି ।
The one who takes challenges head-on! #Zafar's story will come to life on 17th April. #Kalank @Varun_dvn@duttsanjay #AdityaRoyKapur @aliaa08 @sonakshisinha @MadhuriDixit @abhivarman @ipritamofficial #SajidNadiadwala @apoorvamehta18 @foxstarhindi @DharmaMovies @NGEMovies pic.twitter.com/DEkWaBRLI6
— Karan Johar (@karanjohar) March 14, 2019 " class="align-text-top noRightClick twitterSection" data="
">The one who takes challenges head-on! #Zafar's story will come to life on 17th April. #Kalank @Varun_dvn@duttsanjay #AdityaRoyKapur @aliaa08 @sonakshisinha @MadhuriDixit @abhivarman @ipritamofficial #SajidNadiadwala @apoorvamehta18 @foxstarhindi @DharmaMovies @NGEMovies pic.twitter.com/DEkWaBRLI6
— Karan Johar (@karanjohar) March 14, 2019The one who takes challenges head-on! #Zafar's story will come to life on 17th April. #Kalank @Varun_dvn@duttsanjay #AdityaRoyKapur @aliaa08 @sonakshisinha @MadhuriDixit @abhivarman @ipritamofficial #SajidNadiadwala @apoorvamehta18 @foxstarhindi @DharmaMovies @NGEMovies pic.twitter.com/DEkWaBRLI6
— Karan Johar (@karanjohar) March 14, 2019
ଫିଲ୍ମକୁ ନେଇ ଦର୍ଶକଙ୍କ ଏତେ କ୍ରେଜ ବଢିଚାଲିଛି ଯେ ମାସ ପୂର୍ବରୁ ଫିଲ୍ମର ଆଡଭାନ୍ସ ବୁକିଂ ମଧ୍ୟ ଆରମ୍ଭ ହୋଇଯାଇଛି । ପ୍ରକାଶ ଥାଉକି ଫିଲ୍ମର ନିର୍ମାଣ କରନ ଓ ସାଜିଦ ନାଦିଆୱାଲା କରିଛନ୍ତି । ଫିଲ୍ମରେ ବରୁଣ 'ଜଫର', ଆଦିତ୍ୟ 'ଦେବ ଚୌଧୁରୀ', ସଞ୍ଜୟ 'ବଲରାଜ ଚୌଧୁରୀ' ଭୂମିକାରେ ନଜର ଆସିଥିବା ବେଳେ ଆଲିୟା 'ରୁପ' ଓ ସୋନାକ୍ଷୀ 'ସତ୍ୟା', ମାଧୁରୀ 'ବାହାର ବେଗମ' ଭୂମିକାରେ ଦେଖାଯିବେ । ଫିଲ୍ମ 1940 ପୃଷ୍ଠଭୂମି ଉପରେ ଆଧାରିତ ।