ETV Bharat / sitara

ଶିବସେନା ପରେ କଙ୍ଗନାଙ୍କ ବିରୋଧରେ ମହାରାଷ୍ଟ୍ର ନବନିର୍ମାଣ ସେନା

author img

By

Published : Sep 4, 2020, 6:45 PM IST

କଙ୍ଗନାଙ୍କୁ ମାନସିକ ଚିକିତ୍ସାର ଆବଶ୍ୟକ ଅଛି ବୋଲି କହିଲେ ମହାରାଷ୍ଟ୍ର ନବନିର୍ମାଣ ସେନାର ସଭାପତି ଅମିୟା ଖୋପକର । ଅଧିକା ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରଣାୱତ କିଛି ଦିନ ହେବ ସାଜିଛନ୍ତି କଣ୍ଟ୍ରୋଭର୍ସି କୁଇନ । ମୁମ୍ବାଇ ପୋଲିସ ବିଷୟରେ ଅପମାନଜନକ ବୟାନ ଦେଇ ବର୍ତ୍ତମାନ ବିବାଦ ଘେରରେ । ଯାହାକୁ ନେଇ ରାଜନୈତିକ ମହଲ ଗରମ । ଗୋଟିଏ ପଟେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ତାଙ୍କ ବିରୋଧରେ ବୟାନ ଦେଇ କହିଛନ୍ତି ଯେ କଙ୍ଗନାଙ୍କ କୌଣସି ନୈତିକ ଅଧିକାର ନାହିଁ ମୁମ୍ବାଇରେ ରହିବା ପାଇଁ । ଅନ୍ୟପଟେ ଶିବସେନା ନେତା ସଞ୍ଜୟ ରାଉତଙ୍କଠୁ ନେଇ ପ୍ରତାପ ସରନାୟକ ମଧ୍ୟ ତାଙ୍କୁ କଡା ଜବାବ ଦେବାରେ ଲାଗିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଆଉ ଏବେ ମହାରାଷ୍ଟ୍ର ନବନିର୍ମାଣ ସେନା ତାଙ୍କ ବିରୋଧ କରି ସାମ୍ନାକୁ ଆସିଛନ୍ତି । ମୁମ୍ବାଇ ପୋଲିସ ବିରୋଧରେ କଙ୍ଗନାଙ୍କ ଟ୍ବିଟକୁ ଆଧାର କରି ମହାରାଷ୍ଟ୍ର ନବନିର୍ମାଣ ସେନାର ସଭାପତି ଅମିୟା ଖୋପକର ସର୍ବସାଧାରଣରେ କଙ୍ଗନାଙ୍କୁ ଜବାବ ଦେଇଛନ୍ତି । ଦେଶଦ୍ରୋହୀ ବିରୋଧରେ କଙ୍ଗନାଙ୍କୁ ଗିରଫ କରିବା ପାଇଁ ସେ ଦାବି କରିଛନ୍ତି । କଙ୍ଗନାଙ୍କ ମୁଣ୍ଡ ପ୍ରଭାବିତ ହୋଇଛି ଏବଂ ତାଙ୍କୁ ମାନସିକ ଚିକିତ୍ସାର ଆବଶ୍ୟକ। ଅଛି । ଏହା ତାଙ୍କର ଏକ ବିକୃତ ରୋଗ। ମୁମ୍ବାଇ ଆସି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଆଉ ମୁମ୍ବାଇକୁ ଅଭିଶାପ ଦେଉଛନ୍ତି । ଯାହା ଠିକ୍ କଥା ନୁହେଁ ।

ପ୍ରକାଶ ଥାଉକି ବର୍ତ୍ତମାନ କଙ୍ଗନାଙ୍କ ଧମକପୂର୍ଣ୍ଣ ଟ୍ବିଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଶୁକ୍ରବାର କରିଥିବା ଟ୍ବିଟରେ ସେ ଧମକ ଦେଇ କହିଛନ୍ତି, ‘ମୁଁ ଆସନ୍ତା 9 ତାରିଖରେ ମୁମାଇ ଯାତ୍ରା କରିବି । ଯାହାର ସାହସ ଅଛି ମତେ ଅଟକାଇ ଦେଖାନ୍ତୁ ।’ ତାଙ୍କର ଏହି ଟ୍ବିଟ ପରେ ଶିବସେନାର ନେତା କ୍ରୋଧିତ ନଜର ଆସୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.