ETV Bharat / sitara

ନିଜର ଯୋଗ ଭିଡିଓ ସେୟାର କରି ଚର୍ଚ୍ଚାରେ ଜ୍ୟାକଲିନ

ଜ୍ୟାକଲିନ ଫର୍ଣ୍ଣାଣ୍ଡିସ୍ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ । ସେ ତାଙ୍କର ଫଟୋ ଏବଂ ଭିଡିଓ ସେୟାର କରି ତାଙ୍କ ପ୍ରଶଂସକମାନଙ୍କ ମନୋରଞ୍ଜନ କରିଥାନ୍ତି । ବର୍ତ୍ତମାନ, ଜ୍ୟାକଲିନ ତାଙ୍କର ଏକ ଯୋଗ ଭିଡିଓ ସେୟାର କରି କହିଛନ୍ତି ଯେ, ସେ ଗତ କିଛି ସପ୍ତାହ ଧରି ଅସୁବିଧା ଏବଂ ଟ୍ରେସ ଅନୁଭବ କରୁଥିଲେ ଏବଂ ସେ କ୍ରମାଗତ ଭାବରେ ଯୋଗ କରି ଏହାର ମୁକାବିଲା କରିପାରିଛନ୍ତି । ଅଧିକ ପଢନ୍ତୁ...

jacqueline admits dealing with some major anxiety lately
ନିଜର ଏକ ଯୋଗ ଭିଡିଓ ସେୟାର କଲେ କଲେ ଜ୍ୟାକଲିନ
author img

By

Published : Jul 8, 2020, 9:20 PM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ୍ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ । ସେ ତାଙ୍କର ଫଟୋ ଏବଂ ଭିଡିଓ ସେୟାର କରି ତାଙ୍କ ପ୍ରଶଂସକମାନଙ୍କ ମନୋରଞ୍ଜନ କରିଥାନ୍ତି ।

ଜ୍ୟାକଲିନ ସ୍ୱୀକାର କରିଛନ୍ତି ଯେ, ସେ ନିକଟରେ ଏଜାଇଟି ସହିତ ଲଢୁଥିଲେ । କିନ୍ତୁ ସେ ଏହାର କାରଣ ପ୍ରକାଶ କରିନାହାଁନ୍ତି । ଏଥିସହ ସେ ସ୍ବୀକାର କରିଛନ୍ତି ଯେ ଯୋଗ କରିବା ଦ୍ବାରା ତାଙ୍କୁ ଏହାର ମୁକାବିଲା କରିବାରେ ସାହାଯ୍ୟ କରିଥିଲା ।

ଜ୍ୟାକଲିନ୍ ବୁଧବାର ଦିନ ଇନଷ୍ଟାଗ୍ରାମରେ ତାଙ୍କର ଏକ ଯୋଗ ଭିଡିଓ ସେୟାର କରି କହିଛନ୍ତି, ମୁଁ ଗତ କିଛି ସପ୍ତାହ ଧରି ଏଜାଇଟି ସହିତ ଲଢୁଥିଲେ । କିନ୍ତୁ କ୍ରମାଗତ ଯୋଗ କରିବା ଦ୍ବାରା ମୁଁ ଏହାର ମୁକାବିଲା କରିପାରିଛି । ଯୋଗ କରିବା ଦ୍ବାରା ମୁଁ ବର୍ତ୍ତମାନର ମୁହୂର୍ତ୍ତରେ ବଞ୍ଚିବା ଏବଂ ଏହାର ମୂଲ୍ୟକୁ ବୁଝିପାରିଛି । ସମସ୍ତେ ସୁଖରେ ରୁହନ୍ତୁ ।

ଜ୍ୟାକଲିନ୍ ଯୋଗକୁ ବହୁତ ଭଲ ପାଆନ୍ତି । ଏହାପୂର୍ବରୁ ସେ ସୂର୍ଯ୍ୟ ନମସ୍କାର, ଡିପ ବ୍ରେଦିଙ୍ଗ ଭଳି ଭିଡିଓ ମଧ୍ୟ ସେୟାର କରିଥିଲେ ।

ପ୍ରକାଶ ଥାଉ କି, ଲକଡାଉନ୍ ସମୟରେ ଜ୍ୟାକଲିନ୍ ଅଭିନେତା ସଲମାନ ଖାନ ଏବଂ ତାଙ୍କର ଘନିଷ୍ଠ ବନ୍ଧୁ ଲୁଲିଆ ଭନ୍ତୁରଙ୍କ ସହ ତାଙ୍କ ପାନଭେଲ ଫାର୍ମ ହାଉସରେ ରହୁଥିଲେ । ସଲମାନ ଏବଂ ଜ୍ୟାକଲିନ ମଧ୍ୟ ଏକ ଗୀତର ସୁଟିଂ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.