ମୁମ୍ବାଇ: ବଲିଉଡର ଯୁବ ତାରକା ଇଶାନ ଖଟ୍ଟର ତାଙ୍କର ଆଗାମୀ ଫିଲ୍ମ 'ଖାଲି ପିଲି' ରୁ ଫାଷ୍ଟ ଲୁକ ସୋସିଆଲ ମିଡିଆରେ ସେୟାର କରିଛନ୍ତି।
ଇଶାନ ନିଜ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଟ୍ୟାକ୍ସି ଡ୍ରାଇଭରଙ୍କ ପୋଷାକରେ ନଜର ଆସିଛନ୍ତି।
- " class="align-text-top noRightClick twitterSection" data="
">
ଏହି ପୋଷ୍ଟ ସହିତ କ୍ୟାପସନରେ ଇଶାନ ଲେଖିଛନ୍ତି, "ଫାଷ୍ଟ ଲୁକ୍ ଟେଷ୍ଟ୍ । ବ୍ଲାକି ମ୍ୟାନ, ମାକବୁଲ୍ ଖାନ୍ ମୋତେ ମୋର ପ୍ରିୟ ଚରିତ୍ରମାନଙ୍କ ମଧ୍ୟରୁ ଏହି ଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ଦେଇଥିବାରୁ ଅନେକ ଅନେକ ଧନ୍ୟବାଦ। "କମର କସ ଲୋ, ବ୍ଲାଷ୍ଟ କା ସମୟ ଆଗୟା ହେଁ। "
ଫିଲ୍ମ 'ଖାଲି ପିଲି' ନିର୍ଦ୍ଦେଶନା ଦେଇଛନ୍ତି ମକବୁଲ ଖାନ, ଯେଉଁଥିରେ ଇଶାନଙ୍କ ସହିତ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରଟି ରୋମାଣ୍ଟିକ୍ ଆକ୍ସନ୍ ଡ୍ରାମାରେ ପରିପୂର୍ଣ୍ଣ ।
- " class="align-text-top noRightClick twitterSection" data="">
ଏହି ଚଳଚ୍ଚିତ୍ରଟି ଜୁନ୍ 12 ରେ ପ୍ରେକ୍ଷାଳୟକୁ ଆସିବାକୁ ଥିଲା । କିନ୍ତୁ କରୋନା ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା ।
ପ୍ରକାଶ ଥାଉ କି, 'ଖାଲି ପିଲି' ଫିଲ୍ମର ଟିଜର ବାହାରିସାରିଛି, ଯେଉଁଥିରେ ଉଭୟ ଇଶାନ ଏବଂ ଅନନ୍ୟାଙ୍କ ଚମତ୍କାର କେମେଷ୍ଟ୍ରି ଦେଖିବାକୁ ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ