ନୂଆଦିଲ୍ଲୀ: କୋରୋନା କବଳରେ ବଲିଉଡର ମସ୍ତାନୀ ଅଭିନେତ୍ରୀ ଦୀପିକା ପାଦୁକୋନ । ତାଙ୍କର କୋରୋନା ରିପୋର୍ଟ ପଜିଟିଭ ବାହାରିଛି । ବର୍ତ୍ତମାନ ସେ ପରିବାର ସହିତ ବେଙ୍ଗାଲୁରୁରେ ଅଛନ୍ତି ।
ଏହା ପୂର୍ବରୁ ଦୀପିକାଙ୍କ ପିତା ପ୍ରକାଶ ପାଦୁକୋନ, ମା’ ଏବଂ ଭଉଣୀ ଅନିଶା ପାଦୁକୋନଙ୍କ କୋରୋନା ପଜିଟିଭ ବୋଲି ଜଣାପଡିଥିଲା ।
ଦୀପିକାଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବାକି ବିବରଣୀକୁ ଅପେକ୍ଷା କରାଯାଇଛି ।
ଗତ ମାସରେ ରଣଭୀର ସିଂ ଏବଂ ଦୀପିକାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା । ପରିବାର ସହିତ କିଛି ସମୟ ବିତାଇବା ପାଇଁ ସେ ବାଙ୍ଗାଲୋର ଯାଇଥିଲେ।
ଦୀପିକାଙ୍କ ପିତା ବର୍ତ୍ତମାନ ବାଙ୍ଗାଲୋରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ପ୍ରକାଶ ଥାଉ ଯେ,ନିକଟରେ ବି-ଟାଉନର ପଦ୍ମାବତୀ ଦୀପିକା କୋରୋନାର ବଢୁଥିବା ପ୍ରକୋପ ଦେଖି ମାନସିକ ସ୍ବାସ୍ଥ୍ୟ ସମସ୍ତଙ୍କ ଠିକ୍ ରଖିବା ପାଇଁ ହେଲ୍ପଲାଇନ ନଂ ସେୟାର କରିଛନ୍ତି । କାରଣ ସେ ଦୀର୍ଘ ସମୟରୁ ଲିଭ ଲଭ ଲାଫ୍ ଫାଉଣ୍ଡସେନ ଜରିଆରେ ଲୋକଙ୍କ ମାନସିକ ସ୍ବାସ୍ଥ୍ୟବସ୍ଥା ଉପରେ କାମ କରିଆସୁଛନ୍ତି । ଆଉ ଦେଶର ବର୍ତ୍ତମାନ ପରିସ୍ଥିତିକୁ ନେଇ ଚିନ୍ତାରେ ଆସୁଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ସେ ସାମ୍ନାକୁ ଆସିଛନ୍ତି ।