ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ତାଙ୍କର କିଛି ପୁରୁଣା ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
- " class="align-text-top noRightClick twitterSection" data="
">
ଯେଉଁଥିରେ ଦୀପିକା ବସର ଶେଷ ସିଟରେ ଯାତ୍ରା କରୁଛନ୍ତି ଏବଂ ଟ୍ରେନରେ ଯାତ୍ରା କରୁଥିବାର ଦେଖିବାକୁ ମିଳିଛି । ଫଟୋଗୁଡ଼ିକରେ ଦୀପିକାଙ୍କ ଲୁକ୍ ବହୁତ ଭିନ୍ନ ଦେଖାଯାଉଥିଲା । ଏହି ଫଟୋଗୁଡିକୁ ଦୀପିକାଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି ।
ଏହି ପୁରୁଣା ଫଟୋଗୁଡ଼ିକୁ ସେୟାର କରି କ୍ୟାପସନରେ ଦୀପିକା ଲେଖିଛନ୍ତି, କୁହାଯାଏ ଯେ ଜୀବନରେ ଜଣେ ସର୍ବଦା ଆଗକୁ ଦେଖିବା ଉଚିତ୍ । କିନ୍ତୁ ପ୍ରାୟତଃ ଆପଣ ନିଜକୁ ମଧ୍ୟ ମନେ ରଖିବା ଉଚିତ୍ ଯେ, ଆପଣ କେଉଁଠାରୁ ଆସିଛନ୍ତି ଏବଂ ଆପଣ ଏହି ସ୍ଥାନରେ ପହଞ୍ଚିବା ପାଇଁ କଣ ହରାଇଛନ୍ତି।
ସୋସିଆଲ ମିଡିଆରେ ଦୀପିକା ବହୁତ ଆକ୍ଟିଭ ।
ନିକଟରେ, ଦୀପିକାଙ୍କ 50 ମିଲିୟନ ସସକ୍ରାଇଭର ହୋଇଛନ୍ତି । ଏହି ଅବସରରେ ଦୀପିକା ତାଙ୍କ ଇନଷ୍ଟା ଷ୍ଟୋରୀରେ ତାଙ୍କ ଚଳଚ୍ଚିତ୍ରଗୁଡିକର ବିଭିନ୍ନ ଲୁକଗୁଡିକୁ ସେୟାର କରି 50 ମିଲିୟନ୍ ଲେଖିଥିଲେ ।
ଦୀପିକାଙ୍କୁ ଶେଷ ଥର ପାଇଁ 'ଛପାକ୍' ଫିଲ୍ମରେ ଦେଖିବାକୁ ମିଳିଥିଲା ।
ପରବର୍ତ୍ତୀ ସମୟରେ,ଦୀପିକା ତାଙ୍କ ସ୍ୱାମୀ ତଥା ଅଭିନେତା ରଣଭୀର ସିଂଙ୍କ ସହିତ '83' ରେ ନଜର ଆସିବେ ।