ETV Bharat / sitara

ଡ୍ରଗ୍ସ ମାମଲା: କରିସ୍ମାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ସ୍ଥଗିତ - karishma bail-application-adjourned

ଡ୍ରଗ୍ସ ମାମଲାରେ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମାଙ୍କ ଜାମିନ ଆବେଦନ ଉପରେ ଶୁଣାଣି 23 ନଭେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଅଧିକ ପଢନ୍ତୁ...

deepika manager-karishma bail-application-adjourned
ଡ୍ରଗ୍ସ ମାମଲା:ଦୀପିକାଙ୍କ ମ୍ୟାନେଜର କରିସ୍ମାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ସ୍ଥଗିତ
author img

By

Published : Nov 13, 2020, 6:23 AM IST

ନୂଆଦିଲ୍ଲୀ: ଡ୍ରଗ୍ସ ମାମଲାରେ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ଏକ ଝଟକା ଲାଗିଛି । କରିସ୍ମାଙ୍କ ଜାମିନ ଆବେଦନ ଉପରେ ଶୁଣାଣି 23 ନଭେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।

ଡ୍ରଗ୍ସ ମାମଲାରେ ଏନସିବି ଏପର୍ଯ୍ୟନ୍ତ କରିସ୍ମାଙ୍କୁ ତିନିଥର ପଚରାଉଚରା କରିସାରିଛି । ନିକଟରେ ଏନସିବି ଚଢାଉ ବେଳେ କରିସ୍ମାଙ୍କ ଘରୁ 1.7 ଗ୍ରାମ ହାଶିଶ ତିନୋଟି ପାତ୍ର ସିବିଡି ତେଲ ଉଦ୍ଧାର କରାଯାଇଥିଲା ।

ସେହିପରି କେସ ନଂ 15/20 ଆଧାରରେ କରିସ୍ମା ଓ ଦୀପିକାଙ୍କୁ ମୁହାଁମୁହିଁ ପ୍ରଶ୍ନ କରିଥିଲା ଏନସିବି । ଯେଉଁଥିରେ ସେଲିବ୍ରିଟିଙ୍କ ଚାଟ ବିଷୟରେ ଜଣାପଡିଥିଲା । ହେଲେ ନିଜ ଚାଟ ବିଷୟରେ କିଛି ମିଛ ବୟାନ ଦେଇଥିଲେ କରିସ୍ମା ବୋଲି ସୂତ୍ରରୁ ଜଣାପଡିଛି ।

ସୂଚନାଯୋଗ୍ୟ, ଅନୁସନ୍ଧାନ ବେଳେ ଏନସିବି କହିଛି ଯେ ଡ୍ରଗ୍ସ ବେପାରୀଙ୍କ ସହ ପଚରାଉଚରା ବେଳେ କରିସ୍ମାଙ୍କ ନାମ ସାମ୍ମନାକୁ ଆସିଥିଲା । ଏହା ପରେ ତାଙ୍କ ବାସଭବନରେ ଖୋଜାଖୋଜି କରାଯାଇଥିଲା ।

ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ସମ୍ପୃକ୍ତ ଥିବା ଡ୍ରଗ୍ସ କନେକ୍ସ ବିଷୟରେ ପଚରାଉଚରା ପ୍ରାରମ୍ଭରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ନାମ ଡ୍ରଗ୍ସ ମାମଲାରେ ଆସିଥିଲା । ଏହା ପରେ ଅନେକ ବଲିଉଡ ତାରକାଙ୍କ ନାମ ମଧ୍ୟ ଏହି ମାମଲାରେ ଆସିଥିଲା ।

ଡ୍ରଗ୍ସ ମାମଲାର ଅନୁସନ୍ଧାନରେ ସାରା ଅଲି ଖାନ, ଶ୍ରଦ୍ଧା କପୁରଙ୍କ ନାମ ରକୁଲ ପ୍ରୀତଙ୍କ ନାମ ମଧ୍ୟ ଆସିଥିଲା ​​ଯାହା ପରେ ଏମାନଙ୍କୁ ଏନସିବି ପଚରାଉଚରା କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.