ETV Bharat / sitara

ନିଜର ଫିଲ୍ମ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରନ୍ତି ମସ୍ତାନୀ - ନିଜର ଫିଲ୍ମ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରନ୍ତି

ଦୀପିକା ପାଦୁକୋନ୍ ଅନେକ ସମୟରେ ତାଙ୍କର ଦମଦାର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଯାହା ପଛରେ ତାଙ୍କର କଠିନ ପରିଶ୍ରମ ଥାଏ । ଦୀପିକା ତାଙ୍କ ଚରିତ୍ରକୁ ପରଫେକ୍ଟ କରିବାକୁ ସବୁବେଳେ ଚେଷ୍ଟା କରିଥାନ୍ତି । ଅଧିକ ପଢନ୍ତୁ...

deepika makes special preparations for her film
ନିଜର ଫିଲ୍ମ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରନ୍ତି ମସ୍ତାନୀ
author img

By

Published : Jun 30, 2020, 9:07 PM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଚଳଚ୍ଚିତ୍ରରେ ସର୍ବଦା ଚ୍ୟାଲେଞ୍ଜିଂ ଭୂମିକା ଗ୍ରହଣ କରି ଦମଦାର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଯାହା ପଛରେ ତାଙ୍କର କଠିନ ପରିଶ୍ରମ ଥାଏ । କିନ୍ତୁ ପ୍ରତ୍ୟେକ ଥର ତାଙ୍କ ଆଗାମୀ ଫିଲ୍ମ ପାଇଁ ତାଙ୍କର ଚରିତ୍ରକୁ ନେଇ ସେ କିପରି ପ୍ରସ୍ତୁତି କରନ୍ତି ସେ ବିଷୟରେ ସୂଚନା ଜଣାପଡିଯାଏ ।

ଦୀପିକା କହିଛନ୍ତି, ବର୍ତ୍ତମାନ ସେ ପ୍ରତିଦିନ ଶକୁନ୍ ବତ୍ରାଙ୍କ ଆଗାମୀ ଚଳଚ୍ଚିତ୍ରର ସ୍କ୍ରିପ୍ଟ ପଢିବାରେ କିଛି ସମୟ ଅତିବାହିତ କରୁଛନ୍ତି । ସେ ନିଶ୍ଚିତ ଭାବରେ ପ୍ରତିଦିନ ଏହାର କିଛି ପୃଷ୍ଠା ପଢନ୍ତି । ଯଦିଓ ଏହି ଫିଲ୍ମର ଚରିତ୍ରକୁ ନେଇ ସେ ଅଧିକ ପ୍ରସ୍ତୁତି କରିନାହଁନ୍ତି । ତଥାପି ସେ ଏହି ଫିଲ୍ମ କରିବାକୁ ଚାହାଁନ୍ତି । ଦୀପିକା ତାଙ୍କ ଚରିତ୍ରକୁ ପରଫେକ୍ଟ କରିବାକୁ ସବୁବେଳେ ଚେଷ୍ଟା କରିଥାନ୍ତି । କିନ୍ତୁ ଲକଡାଉନ୍ ପରେ ସେ ଏହି ଫିଲ୍ମର ସୁଟିଂ ପାଇଁ ଆରମ୍ଭ କରିବାକୁ ପ୍ରସ୍ତୁତ ଅଛନ୍ତି ।

ଯଦି ଏହି ସମୟରେ ଲକଡାଉନ୍ ହୋଇନଥାନ୍ତା, ତେବେ ଦୀପିକା ଶ୍ରୀଲଙ୍କାରେ ଏକ ଚଳଚ୍ଚିତ୍ରର ସିଡ୍ୟୁଲ ପୂରା କରିସାରିଥାନ୍ତେ ।

ଦୀପିକା ଏହା ପୂର୍ବରୁ ଶକୁନ୍ ବତ୍ରାଙ୍କ ସହିତ କାମ କରିବାର ଅନୁଭୂତି ସେୟାର କରିଛନ୍ତି, ଯାହା ତାଙ୍କୁ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରରେ କାମ କରିବାକୁ ଉତ୍ସାହିତ କରିଥାଏ ।

ଦୀପିକାଙ୍କୁ ଶେଷ ଥର ପାଇଁ 'ଛପାକ୍'ରେ ଦେଖିବାକୁ ମିଳିଥିଲା । ଏବେ ତାଙ୍କୁ ଆଗାମୀ ଚଳଚ୍ଚିତ୍ର '83' ରେ ଦେଖିବାକୁ ମିଳିବ । ଯେଉଁଥିରେ ସେ ରଣଭୀର ସିଂଙ୍କ ସହିତ ଅଭିନୟ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.