ETV Bharat / sitara

ଜାନଙ୍କ ମରାଠୀ ସମ୍ବନ୍ଧୀୟ ମନ୍ତବ୍ୟ, କ୍ଷମା ମାଗିଲା କଲର୍ସ

author img

By

Published : Oct 29, 2020, 3:09 PM IST

ମରାଠୀ ଭାଷା ବିରୋଧୀ ବୟାନ ଦେଇ ଫସିଲେ ‘ବିଗବସ 14’ ପ୍ରତିଯୋଗୀ ଜାନ । ଯାହା ପାଇଁ ମରାଠୀ ଲୋକଙ୍କୁ କ୍ଷମା ମାଗିଛି ଚ୍ୟାନେଲ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ସମସ୍ୟା ଘେରରେ ସୁପରଷ୍ଟାର ସଲମାନ ଖାନଙ୍କ ରିୟାଲିଟି ଶୋ ‘ବିଗବସ 14’। ସବୁବେଳେ ବିବାଦରେ ଆସୁଥିବା ଏହି ଶୋକୁ ନେଇ ଦେଖିବାକୁ ମିଳିଛି ନୂଆ ବିବାଦ । ଏଥର ମରାଠୀ ଭାଷାରେ ଗାୟକ ଜାନ କୁମାର ସାନୁଙ୍କ ମନ୍ତବ୍ୟ ପାଇଁ କଲର୍ସ ଟିଭି ଚ୍ୟାନେଲ ବୁଧବାର କ୍ଷମା ମାଗିଛି । ଆଉ ଚ୍ୟାନେଲ ତରଫରୁ କୁହାଯାଇଛି ଯେ କାହାରି ଭାବନାକୁ ଆହତ କରିବା ତାଙ୍କର କୌଣସି ଉଦ୍ଦେଶ୍ୟ ନଥିଲା।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

କଥାଟି ହେଲା ଯେ ଗତ ଏପିସୋଡରେ ଜାନ ତାଙ୍କ ସାଥୀ ପ୍ରତିଯୋଗୀ ତଥା ଅଭିନେତ୍ରୀ ନିକ୍କି ତାମ୍ବୋଲିଙ୍କୁ ମରାଠୀରେ କଥା ନହେବାକୁ କହିଥିଲେ କାରଣ ତାଙ୍କୁ ଏହି ଭାଷା ବିରକ୍ତ କରୁଛି । ନିକ୍କିଙ୍କୁ କେବଳ ତାଙ୍କ ସହ ହିନ୍ଦୀରେ କଥା ହେବା ଦରକାର।

ତାଙ୍କ ଏହି ମନ୍ତବ୍ୟ ପରେ ସୋସିଆଲ ମିଡିଆ ୟୁଜର୍ସ ବିଗବସ ଶୋକୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ । ସେମାନଙ୍କ ଅନୁଯାୟୀ ଜାନଙ୍କ ମନ୍ତବ୍ୟ ମରାଠୀ ବିରୋଧୀ ଏବଂ ଅପମାନଜନକ ଅଟେ । ଆଉ ତାଙ୍କ କ୍ଷମା ଦାବି ମଧ୍ୟ କରାଯାଇଥିଲା ।

ବିବାଦ ବଢୁଥିବା ଦେଖି ଚ୍ୟାନେଲ ଏକ ଷ୍ଟେଟମେଣ୍ଟ ଜାରି କରି କ୍ଷମା ମାଗି କୁହାଯାଇଛି, ‘27 ଅକ୍ଟୋବରରେ ମଙ୍ଗଳବାର ଦିନ ପ୍ରସାରିତ ହୋଇଥିବା ବିଗବସ୍ ଏପିସୋଡରେ ମରାଠୀ ଭାଷା ସମ୍ବନ୍ଧରେ ଦେଇଥିବା ମନ୍ତବ୍ୟ ପାଇଁ କଲର୍ସ ତରଫରୁ କ୍ଷମା ପ୍ରାର୍ଥନା କରୁଛୁ। ମହାରାଷ୍ଟ୍ରର ଲୋକଙ୍କ ଭାବନାକୁ ଆଘାତ କରିବାର ଆମର ଉଦ୍ଦେଶ୍ୟ ନଥିଲା ।’

ପ୍ରକାଶ ଥାଉକି ଏହାପୂର୍ବରୁ ଏମଏନଏସ ଫିଲ୍ମ ୱାର୍କର୍ସ ୟୁନିଅନର ମୁଖ୍ୟ ଅମେୟା ଖୋପକାର ଟ୍ବିଟରରେ ପୋଷ୍ଟ କରି କହିଥିଲେ, ‘ଯଦି ଜାନ କ୍ଷମା ମାଗନ୍ତି ନାହିଁ ତେବେ ଆମେ ଶୋର ସୁଟିଂ ବନ୍ଦ କରିଦେବୁ ।’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.