ETV Bharat / sitara

ତେଲୁଗୁରେ ‘ବଧାଇ ହୋ’ ! - ସାଉଥ ସୁପରଷ୍ଟାର ଅଜୀତ

ଖୁବଶୀଘ୍ର ଆୟୁଷ୍ମାନ ଖୁରାନା ଓ ସାନିୟା ମଲହୋତ୍ରାଙ୍କ ଅଭିନୀତ ଫିଲ୍ମ ‘ବଧାଇ ହୋ’ର ରିମେକ ସାଉଥରେ ହେବାକୁ ଯାଉଛି । ନିକଟରେ ‘ପିଙ୍କ’ ଫିଲ୍ମର ତାମିଲ ରିମେକ ନିର୍ମାଣ କରିଥିବା ନିର୍ମାତା ବୋନି କପୁର ଏବେ ‘ବଧାଇ ହୋ’ର ନିର୍ମାଣ କରିବାକୁ ଯାଉଛନ୍ତି ।

ଡିଜାଇନ ଫଟୋ
author img

By

Published : Sep 12, 2019, 11:42 PM IST

ମୁମ୍ବାଇ: ଏବର୍ଷ ଅଗଷ୍ଟରେ ସାଉଥ ସୁପରଷ୍ଟାର ଅଜୀତଙ୍କ ଫିଲ୍ମ ‘ନେରକୋଣ୍ଡା ପାରଭାଈ’ ରିଲିଜ ହୋଇଥିଲା । ଫିଲ୍ମକୁ ଶାନଦାର ପ୍ରତିକ୍ରିୟା ମିଳିବା ସହ ବକ୍ସ ଅଫିସରେ ମଧ୍ୟ ଭଲ କେଲକ୍ସନ କରିବାରେ ସଫଳ ହୋଇଥିଲା । ଏହି ଫିଲ୍ମଟିକୁ ବଲିଉଡର ଲୋକପ୍ରିୟ ନିର୍ମାତା ବୋନି କପୁର ନିର୍ମାଣ କରିଥିଲେ । ସେହିପରି ଏହି ଫିଲ୍ମଟି ତାପସୀ ପନ୍ନୁ ଓ ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ପିଙ୍କ’ର ତାମିଲ ରିମେକ ଥିଲା ।

ଏବେ ପୁଣି ବୋଲି ବଲିଉଡର ଆଉ ଏକ ଫିଲ୍ମର ରିମେକ ଟଲିଉଡରେ ନିର୍ମାଣ କରିବାକୁ ଯାଉଛନ୍ତି । ଫିଲ୍ମଟି ହେଲା ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ‘ବଧାଇ ହୋ’ । ଯାହା ଗତ ବର୍ଷ ରିଲିଜ ହୋଇଥିଲା । ଆୟୁଷ୍ମାନଙ୍କ ସହ ଫିଲ୍ମରେ ନୀନା ଗୁପ୍ତା, ଗଜରାଜ ରାଓ ଓ ସାନିୟା ମଲହୋତ୍ରା ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଫିଲ୍ମଟି ନିକଟରେ ରାଷ୍ଟ୍ରୀୟ ପୁରସ୍କାର ମଧ୍ୟ ଜିତିଥିଲା ।

ପ୍ରକାଶ ଥାଉକି ‘ବଧାଇ ହୋ’ ର ରିମିକ ବୋନି, ଦିଲ ରାଜୁଙ୍କ ସହ ମିଶି ପ୍ରଯୋଜନା କରିବେ । କିନ୍ତୁ ଏଯାବତ ଫିଲ୍ମ ଷ୍ଟାରକାଷ୍ଟକୁ ନେଇ କୌଣସି ସୂଚନା ସାମ୍ନାକୁ ଆସିନାହିଁ । ଆସନ୍ତା ବର୍ଷ ଏହି ଫିଲ୍ମରେ ସୁଟିଂ ଆରମ୍ଭ ହେବ ବୋଲି ଶୁଣିବାକୁ ମିଳୁଛି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.