ନୂଆଦିଲ୍ଲୀ: ବଲିଉଡର ରଙ୍ଗିଲା ଗାର୍ଲ ତଥା ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ନିକଟରେ ଶିବସେନା ପାର୍ଟିରେ ଯୋଗ ଦେଇଥିଲେ ।
ବର୍ତ୍ତମାନ ଉର୍ମିଲାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟକୁ ହ୍ୟାକ୍ କରାଯାଇଛି । ଉର୍ମିଲା ଟୁଇଟ୍ କରି ନିଜେ ଏହି ବିଷୟରେ ସୂଚନା ଦେଇଛନ୍ତି ।
-
My Instagram account has been hacked 🤦♀️🤷♀️@instagram
— Urmila Matondkar (@UrmilaMatondkar) December 16, 2020 " class="align-text-top noRightClick twitterSection" data="
First they DM you n ask to follow a few steps n verify the account n it then it gets hacked..really..!!???#notdone 👎🏻👎🏻
">My Instagram account has been hacked 🤦♀️🤷♀️@instagram
— Urmila Matondkar (@UrmilaMatondkar) December 16, 2020
First they DM you n ask to follow a few steps n verify the account n it then it gets hacked..really..!!???#notdone 👎🏻👎🏻My Instagram account has been hacked 🤦♀️🤷♀️@instagram
— Urmila Matondkar (@UrmilaMatondkar) December 16, 2020
First they DM you n ask to follow a few steps n verify the account n it then it gets hacked..really..!!???#notdone 👎🏻👎🏻
ଉର୍ମିଲା ଟ୍ବିଟ୍ କରି କହିଛନ୍ତି ଯେ, ମୋର ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ ହୋଇଛି । ପ୍ରଥମେ DM କରିକି ଆକାଉଣ୍ଟର ଯାଞ୍ଚ କରିବା ପାଇଁ କିଛି ଷ୍ଟେପ ଫର୍ଲୋ କରିବାକୁ କୁହାଯାଏ ... ତା’ପରେ ଆକାଉଣ୍ଟ ହ୍ୟାକ୍ ହୋଇଥାଏ .. # ନଟଡନ୍ '। ଏଥିସହିତ ଉର୍ମିଲା ନିଜ ଇନଷ୍ଟାଗ୍ରାମରେ ମଧ୍ୟ ଏହା ଜଣାଇଛନ୍ତି ।
ଉର୍ମିଲା 2019 ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗ ଦେଇଥିଲେ । କଂଗ୍ରେସ ତାଙ୍କୁ ମୁମ୍ବାଇ ଉତ୍ତରରୁ ଟିକେଟ ଦେଇଥିଲା ।
ପ୍ରକାଶ ଥାଉ ଯେ, ଶିଶୁ କଳାକାର ଭାବରେ ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ କରିଥିବା ଉର୍ମିଲା କଂଗ୍ରେସ ସହ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ । ଏହା ଏକ ଭିନ୍ନ କଥା ଯେ ତାଙ୍କର ଯାତ୍ରା ବେଶୀ ଦିନ ରହିଲା ନାହିଁ । ଲୋକସଭା ନିର୍ବାଚନ ହାରିବା ପରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଏବେ ଉର୍ମିଲା ଶିବସେନାରେ ଯୋଗ ଦେଇ ଏକ ନୂତନ ରାଜନୈତିକ ଯାତ୍ରା ଆରମ୍ଭ କରିଛନ୍ତି ।