ମୁମ୍ବାଇ: ଖିଲାଡି ଅକ୍ଷୟ କୁମାର ଏହି ସମୟରେ ନିଜର ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚାରେ ଆସିଛନ୍ତି । ନିକଟରେ ସେ ଏକ ଆଶ୍ଚର୍ଯ୍ୟଜନକ କାରଣ ପାଇଁ ମଧ୍ୟ ଚର୍ଚ୍ଚାରେ ଆସିଥିଲେ । ନିଜର ଏକ ଫିଲ୍ମ ଗୀତ ପାଇଁ ତାଙ୍କୁ ଟ୍ରୋଲ କରାଯାଇଥିଲା । ମୁଖ୍ୟକଥା ଏହା ହେଲା କି ଏଯାବତ ସେହି ଗୀତ ତିଆରି ହୋଇନାହିଁ । କିନ୍ତୁ ତା ପୂର୍ବରୁ ହିଁ ତାଙ୍କୁ ଟ୍ରୋଲର୍ସ ଟାର୍ଗେଟ କରିଛନ୍ତି ।
ମାମଲାଟି ତାଙ୍କ କୋ-ଷ୍ଟାର ରବୀନା ଟଣ୍ଡନ ସହ ସମ୍ପୃକ୍ତ ଅଛି । ୟୁଜର୍ସଙ୍କ ଅନୁଯାୟୀ ଅକ୍ଷୟ ନିଜର ଏହି ଗୀତ ଜରିଆରେ ରବୀନାଙ୍କୁ ଅଣଦେଖା କରୁଛନ୍ତି ।
କଥାଟି ହେଲା କି ଅକ୍ଷୟଙ୍କ ଆଗାମୀ ଫିଲ୍ମ 'ସୂର୍ଯ୍ୟବଂଶୀ'ରେ ନିଜର ପୁରୁଣା ଫିଲ୍ମ 'ମୋହରା'ର ପପୁଲାର ଗୀତ 'ଟିପ ଟିପ ବରସା ପାନି'ର ରିକ୍ରିଏଟ କରାଯିବ । ଏହି ଗୀତଟି ଅକ୍ଷୟ ଓ ରବୀନାଙ୍କ ଉପରେ ପର୍ଯ୍ୟବେଷିତ ହୋଇଥିଲା । ଏହି ଗୀତରେ ହଳଦିଆ ଶାଢୀ ପିନ୍ଧି ବର୍ଷାରେ ଭିଜା ରବୀନାଙ୍କୁ ଏଯାବତ ଭୁଲି ନାହାଁନ୍ତି ଦର୍ଶକ ।
ଅନ୍ୟପଟେ ଯେବେ ଏହି ଗୀତର ରିକ୍ରିଏଟ କରିବା ଖବର ସାମ୍ନାକୁ ଆସିଲା ତେବେ ସମସ୍ତଙ୍କୁ ଲାଗିଲା କି ପୁଣିଥରେ ସେମାନେ ରବୀନା ଓ ଅକ୍ଷୟଙ୍କୁ ଏକାଠି ଦେଖିବେ । କିନ୍ତୁ ରିଏକ୍ରିଟ ଭର୍ସନରେ ସେକ୍ସୀ ଅଭିନେତ୍ରୀ କ୍ୟାଟ୍ରିନା କୈଫ ନଜର ଆସିବେ । ଯାହାଶୁଣି ଦର୍ଶକ ନିରାଶ ହୋଇଯାଇଥିଲେ ।
ଏହି କଥାଟି ଅକ୍ଷୟ, ରବୀନାଙ୍କ ଫ୍ୟାନ୍ସଙ୍କୁ ଆଦୌ ପସନ୍ଦ ଆସୁନାହଁ । ତେଣୁ ସେମାନେ କହୁଛନ୍ତି କି ଅକ୍ଷୟ, ରବୀନାଙ୍କୁ ଅଣଦେଖା କରୁଛନ୍ତି । ବିନା ରବୀନାଙ୍କ ଏହି ଗୀତଟି କେବେ ମଧ୍ୟ ଏତେ ହିଟ୍ ହୋଇପାରି ନଥାଆନ୍ତା ।
ଜଣେ ୟୁଜର ଲେଖିଛନ୍ତି, "ଅକ୍କି ଆମେ ଆପଣଙ୍କୁ ପ୍ରେମ କରୁଛୁ । କିନ୍ତୁ ରବୀନାଙ୍କୁ ଗୀତ ଟିପ ଟିପ ବରଷା ପାନିର ଶ୍ରେୟ ଦେବା ଆଦୌ ଭୁଲନ୍ତୁ ନାହିଁ । ଏହି ଗୀତ କେବଳ ଆପଣଙ୍କ ପାଇଁ ହିଟ୍ ହୋଇନଥିଲା । ସେ ରବୀନାଙ୍କ ବଡ ଫ୍ୟାନ ନୁହଁନ୍ତି, କିନ୍ତୁ କ୍ୟାଟ୍ରିନା ଏହାକୁ କେବେ ରିକ୍ରିଏଟ କରିପାରିବେ ନାହିଁ ।"