ETV Bharat / sitara

ସୁରଜ ପାଞ୍ଚୋଲିଙ୍କ କୋରୋନା ରିପୋର୍ଟ ନେଗେଟିଭ - sooraj-pancholi-gets-corona-negative

ସୁରଜ ପାଞ୍ଚୋଲି ଗତ ସପ୍ତାହରେ କୋରୋନା ସଂକ୍ରମଣର ଶିକାର ହୋଇଥିଲେ । କିନ୍ତୁ ବର୍ତ୍ତମାନ ଏକ ସପ୍ତାହ ପରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି । ଅଧିକ ପଢନ୍ତୁ...

aditya-pancholi-reveals-sooraj-pancholi-finally-gets-corona-negative
ସାମ୍ନାକୁ ଆସିଲା ଗୁଡନ୍ୟୁଜ, ସୁରଜ ପାଞ୍ଚୋଲିଙ୍କ କୋରୋନା ରିପୋର୍ଟ ନେଗେଟିଭ
author img

By

Published : Mar 27, 2021, 8:21 PM IST

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଦ୍ବାରା ନିର୍ମିତ ରୋମାଣ୍ଟିକ ଚଳଚ୍ଚିତ୍ର 'ହିରୋ' (2015) ସହିତ ବଲିଉଡରେ ଡେବ୍ୟୁ କରିଥିବା ଅଭିନେତା ସୁରଜ ପାଞ୍ଚୋଲି ଗତ ସପ୍ତାହରେ କୋରୋନା ସଂକ୍ରମଣର ଶିକାର ହୋଇଥିଲେ । କିନ୍ତୁ ବର୍ତ୍ତମାନ ଏକ ସପ୍ତାହ ପରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି ଏବଂ ବର୍ତ୍ତମାନ ସେ ଘରେ ରହି ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଅପେକ୍ଷା କରିଛନ୍ତି ।

ସୂଚନା ଅନୁଯାୟୀ, ସୁରଜଙ୍କ ପିତା ଆଦିତ୍ୟ ପାଞ୍ଚୋଲି କହିଛନ୍ତି ଯେ, "କିଛି ଦିନ ହେବ ସୁରଜର ମୁଣ୍ଡବିନ୍ଧା, ଶରୀରରେ ଯନ୍ତ୍ରଣା ହେଉଥିଲା । ଯାହାପରେ ଯେତେବେଳେ ତାଙ୍କର କୋରୋନା ଟେଷ୍ଟ କରାଯାଇଥିଲା ସେତେବେଳେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ଡାକ୍ତର ସୁରଜଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ପରିବର୍ତ୍ତେ ଘରେ ହୋମ କ୍ବ୍ୟାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେଇଥିଲେ। ଯାହାପରେ ସେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରି ଔଷଧ ସେବନ କରିଥିଲେ । ଏବେ ତାଙ୍କର କୋରୋନା ଟେଷ୍ଟ କରାଯାଇଥିଲା, ଯାହାର ରିପୋର୍ଟ ନେଗେଟିଭ ଆସିଛି " ।

ସୂଚନାଯୋଗ୍ୟ ଯେ , ସୁରଜଙ୍କ ମା ତଥା ଜଣାଶୁଣା ଅଭିନେତ୍ରୀ ଜରିନା ୱାହାବ ମଧ୍ୟ ଗତ ବର୍ଷ ସେପ୍ଟେମ୍ବରରେ କୋରୋନା ସଂକ୍ରମଣର ଶିକାର ହୋଇଥିଲେ । ଏଭଳି ପରିସ୍ଥିତିରେ ତାଙ୍କୁ କିଛି ଦିନ ମୁମ୍ବାଇର ଲିଲାବତୀ ହସ୍ପିଟାଲରେ ରହିବାକୁ ପଡିଥିଲା ।

ପ୍ରକାଶ ଥାଉ ଯେ, ସୁରଜ ଖୁବ୍ ଶୀଘ୍ର ଫିଲ୍ମ 'ଟାଇମ୍ ଟୁ ଡ୍ୟାନ୍ସ'ରେ କ୍ୟାଟ୍ରିନା କୈଫଙ୍କ ଭଉଣୀ ଇସାବେଲ କୈଫଙ୍କ ସହ ନଜର ଆସିବେ, ଯାହା ଇସାବେଲର ପ୍ରଥମ ଚଳଚ୍ଚିତ୍ର ହେବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.