ମୁମ୍ବାଇ: ଗତବର୍ଷ ରିଲିଜ ହୋଇଥିବା ତାମିଲ ଫିଲ୍ମ 'କେଜିଏଫ' ବକ୍ସ ଅଫିସରେ ଜବରଦସ୍ତ କଲେକ୍ସନ କରି ବ୍ଲକବଷ୍ଟର ଫିଲ୍ମରେ ସାମିଲ ହୋଇଥିଲା । ଫେମସ ତାମିଲ ସୁପରଷ୍ଟାର ୟଶଙ୍କ ଅଭିନୀତ ଫିଲ୍ମ 'କେଜିଏଫ'ର ପ୍ରଥମ ଭାଗ ସଫଳ ହେବା ପରେ 'କେଜିଏଫ ଚ୍ୟାପ୍ଟର 2'ରେ ମେକର୍ସ ବଲିଉଡର ବିଶିଷ୍ଟ ଅଭିନେତା ସଞ୍ଜୟ ଦତ୍ତଙ୍କୁ କାଷ୍ଟ କରିଛନ୍ତି । ଫିଲ୍ମରେ ସଞ୍ଜୟ ଅଧିରା ରୋଲରେ ନଜର ଆସିବେ ।
ଆଜି ସଞ୍ଜୟଙ୍କ 60ତମ ଜନ୍ମଦିନ ଅବସରରେ ଫିଲ୍ମର ଫାଷ୍ଟ ଲୁକ ଜାରି ହୋଇଯାଇଛି । ଯାହା ତାଙ୍କ ଫ୍ୟାନ୍ସଙ୍କ ପାଇଁ କୌଣସି ଗିଫ୍ଟ ଠାରୁ କମ ନୁହେଁ ।
- " class="align-text-top noRightClick twitterSection" data="
">
ଅଧିରା ଗେଟଅପରେ ସଞ୍ଜୟଙ୍କ ଭୟାନକ ଏବଂ ଇଣ୍ଟେସ ଲୁକ ଦେଖିବାକୁ ମିଳୁଛି । ପୋଷ୍ଟରରେ ସଞ୍ଜୟ ନିଜ ଚେହେରାକୁ ଅଧା ସ୍କାର୍ଫରେ ଘୋଡାଇଥିବାର ଦେଖାଯାଉଛନ୍ତି । ଏହି ପୋଷ୍ଟରକୁ ସଞ୍ଜୟ ନିଜ ସୋସିଆଲ ମିଡିଆରେ ସେୟାର କରି 'କେଜିଏଫ' ମେକର୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି । କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଞ୍ଜୟଙ୍କ ଶାନଦାର ଏଣ୍ଟ୍ରି ଫ୍ୟାନ୍ସଙ୍କ ମନ କିଣି ନେଇଛି । ଏବେ ତାଙ୍କ ଫାଷ୍ଟ ଲୁକକୁ ମଧ୍ୟ ଖୁବ୍ ପସନ୍ଦ କରିଛନ୍ତି ଫ୍ୟାନ୍ସ । ଜଣେ ୟୁଜର ଲେଖିଛନ୍ତି, "କେଜିଏଫରେ ମୁନ୍ନାଭାଇ ୱର୍ସେସ ରକି ଭାଇଙ୍କୁ ଦେଖିବାକୁ ଖୁବ୍ ଉତ୍ସାହିତ ଅଛି ।" ଫ୍ୟାନ୍ସ 'କେଜିଏଫ'କୁ ଏବର୍ଷର ସବୁଠାରୁ ବଡ ଫିଲ୍ମ ସହ ମଧ୍ୟ ତୁଳନା କରିବାରେ ଲାଗିଯାଇଛନ୍ତି ।