ETV Bharat / sitara

ବଲିଉଡକୁ ନେଇ ଅଭୟଙ୍କ କଡା ବୟାନ, ଆଶ୍ଚର୍ଯ୍ୟ ଫ୍ୟାନ୍ସ

author img

By

Published : Jun 25, 2020, 3:37 PM IST

କିଛି ଦିନ ହେବ ନିଜ ବୟାନକୁ ନେଇ ଚର୍ଚ୍ଚାରେ ଅଭୟ । ଏଥର ବି ବଲିଉଡରେ କେଉଁ ଉପାୟରେ ଫିଲ୍ମ ନିର୍ମାଣ କରାଯିବ ତାହା ନେଇ ମୁହଁ ଖୋଲିଛନ୍ତି ସେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ନିକଟରେ ବଲିଉଡକୁ ନେଇ ଚାଲିଥିବା ପରିବାରବାଦ ବିବାଦରେ ମୁହଁ ଖୋଲି ଚର୍ଚ୍ଚାରେ ଆସିଥିଲେ ଫେମସ ଅଭିନେତା ଅଭୟ ଦେଓଲ । ଏଥର ସେ ନିଜ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଆସିଛନ୍ତି । ସେ 2012ରେ ରିଲିଜ ହୋଇଥିବା ଫିଲ୍ମ ‘ସାଂଘାଇ’ର ଅନୁଭୂତି ସୋସିଆଲ ମିଡିଆରେ ସେୟାର କରି ପୁଣିଥର ବଲିଉଡକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ଜଣେ ବ୍ୟକ୍ତି ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରଚଳିତ ଦୁର୍ନୀତିଗ୍ରସ୍ତ ପ୍ରଥା ଉପରେ ଏକ ଫିଲ୍ମ ମଧ୍ୟ କରିପାରୁଛନ୍ତି ।

ଇନଷ୍ଟାଗ୍ରାମରେ ଫିଲ୍ମର ଏକ ପୋଷ୍ଟର ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ଭସିଲିସ ଭସିଲିକୋସ ଦ୍ବାରା ଲେଖିତ ଗ୍ରୀକ ନୋବେଲ ଜୋରେ ସମକାଳିନ ଭାରତୀୟ ବିଚାର । ଦିବାକର ବାନାର୍ଜୀ ଦ୍ବାରା ନିର୍ଦ୍ଦେଶିତ ଫିଲ୍ମରେ ପଲଟିକ୍ସ ଆଖପାଖାରେ କରାଯାଉଥିବା ଦୁର୍ନୀତି ଉପରେ ଧ୍ୟାନ ଦିଆଯାଇଥିଲା । ଏକ ଭୟାବହ ପ୍ରଭାବ ସହ । ଆଜିର ସମୟରେ ଏହା ବହୁତ ଉପଯୁକ୍ତ । ଏମିତି ଲାଗୁଛି ଯେ ଆଜି ବଲିଉଡରେ ଦୁର୍ନୀତିଗ୍ରସ୍ତ ଉପାୟ ଉପରେ ଫଲ୍ମ ମଧ୍ୟ ନିର୍ମାଣ କରାଯାଇପାରିବ ।’

ଏହାବ୍ୟତୀତ ଅଭୟ ସେହି ଲୋକଙ୍କ ପ୍ରଶଂସା କରିଛନ୍ତି ଯିଏ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଲାଗିପଡିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.