ETV Bharat / sitara

‘ସୁରଜ ପେ ମଙ୍ଗଲ ଭାରି’ ଦେଖିଲେ ମୁମ୍ବାଇର 159 ପୋଲିସ, ବିଏମସି କର୍ମୀ

ପିଭିଆର ମଲ୍ଟିପ୍ଲେକ୍ସ ମାଲିକ ମୁମ୍ବାଇ ପୋଲିସ ଓ ବିଏମସି କର୍ମଚାରୀଙ୍କୁ ମଗାଣାରେ କରାଇଲେ ମନୋରଞ୍ଜନ । ‘ସୁରଜ ପେ ମଙ୍ଗଲ ଭାରି’ ଦେଖିଲେ ସମସ୍ତେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦିଲଜିତ ଦୋସାଞ୍ଝ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦିଲଜିତ ଦୋସାଞ୍ଝ
author img

By

Published : Nov 19, 2020, 11:12 AM IST

ମୁମ୍ବାଇ: ଆକ୍ଟର ଦିଲଜିତ ଦୋସାଞ୍ଝଙ୍କ ଅଭିନୀତ କମେଡି ଡ୍ରାମା ଫିଲ୍ମ ‘ସୁରଜ ପେ ମଙ୍ଗଲ ଭାରି’ ନିକଟରେ ରିଲିଜ ହୋଇଯାଇଛି । ଓଟିଟି ପ୍ଲାଟଫର୍ମ ସହ ସିନେମାହଲରେ ଫିଲ୍ମକୁ ରିଲିଜ କରିଛନ୍ତି ମେକର୍ସ । ଲକଡାଉନ ପରେ ଏବର୍ଷର ପ୍ରଥମ ଫିଲ୍ମ ରୂପେ ଏହି ଫିଲ୍ମ ସିନେମାହଲରେ ଦେଖିବାକୁ ପାଇଛନ୍ତି ସମସ୍ତେ । ଇତିମଧ୍ୟରେ ଫିଲ୍ମକୁ ନେଇ ନୂଆ ଖବର । ଶୁଣିବାକୁ ମିଳୁଛି ଯେ ବୁଧବାର ମୁମ୍ବାଇର ଜୁହୁରେ ଥିବା ପିଭିଆର ମଲ୍ଟିପ୍ଲେକ୍ସରେ ସନ୍ଧ୍ୟା 5.30ରେ ମୁମ୍ବାଇର 159 ପୋଲିସ ଓ ବିଏମସି କୋରୋନା ଯୋଦ୍ଧା ଫିଲ୍ମ ଦେଖିଛନ୍ତି । ଏହି ପଦକ୍ଷେପ ପିଭିଆର ଓ ଜି ଷ୍ଟୁଡିଓ ତରଫରୁ ନିଆଯାଇଥିଲା । ମଲ୍ଟିପ୍ଲେକ୍ସରେ ଦୁଇଟି ସ୍କ୍ରିନିଂରେ ଫିଲ୍ମ ଦେଖିଥିଲେ ସମସ୍ତେ ।

ସେପଟେ ଫିଲ୍ମ ନିର୍ଦ୍ଦେଶକ ଅଭିଷେକ ଶର୍ମା ସେଠାରେ ଉପସ୍ଥିତ ରହି ଅତିଥିଙ୍କ ସ୍ବାଗତ କରିବା ସହ ସେମାନଙ୍କ ସହ ଏକାଠି ବସି ଫିଲ୍ମ ଦେଖିଥିଲେ । ତାଙ୍କ ପାଇଁ ଏହି ଅନୁଭୂତି ଶାନଦାର ହୋଇଥିଲା ବୋଲି ସେ କହିଛନ୍ତି ।

ପିଭିଆର ସିନେମାର ସିଇଓ ଗୌତମ ଦତ୍ତା ନିଶ୍ଚିତ କରି କହିଥିଲେ, ‘ହଁ ଏହି ଶୋ କୋରୋନା ଯୋଦ୍ଧାମାନଙ୍କ ପାଇଁ ଆମର ଶୁଭେଚ୍ଛାର ଏକ ଅଂଶ ଥିଲା । ଆମେ ଜି ଷ୍ଟୁଡିଓକୁ ଏଥିରେ ଜଡିତ କରିଥିଲୁ । ଏହି ଶୋ ସମସ୍ତଙ୍କ ପାଇଁ ଆମେ ମାଗଣା ମଧ୍ୟ କରିଦେଇଥିଲୁ । ଯାଗାଦ୍ବାରା ସମସ୍ତେ ଫିଲ୍ମ ଦ୍ବାରା ମନୋଞ୍ଜନ ହୋଇପାରିଛନ୍ତି ।’

ଅନ୍ୟପଟେ ବିଏମସିର ଆସିଷ୍ଟାଣ୍ଟ କମିଶନର ବିଶ୍ବାସ ମୋଟେ ଏବଂ ଜଣେ ବରିଷ୍ଠ ପୋଲିସ ଯୋଦ୍ଧାମାନଙ୍କୁ ସମ୍ବୋଧିତ କରି ମାରାତ୍ମକ କୋରୋନା ମହାମାରୀ ମୁକାବିଲା କରିବାରେ ସେମାନଙ୍କର ପ୍ରଂଶାସ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.