ETV Bharat / science-and-technology

ମିଶନ ମହାକାଶ: 51ଟି ଷ୍ଟାରଲିଙ୍କ୍‌ ସାଟେଲାଇଟ ଲଞ୍ଚ୍‌ କଲା SpaceX

ସଫଳତାର ସହ 51ଟି ଷ୍ଟାରଲିଙ୍କ ସାଟେଲାଇଟକୁ(Starlink satellites) ମହାକାଶରେ ନିୟୋଜିତ କରିବା ସହ ଚଳିତ ବର୍ଷ ଏହାର 40ତମ ମିଶନ ଶେଷ କରିଛି ଏଲନ୍ ମସ୍କଙ୍କ ଦ୍ୱାରା ପରିଚାଳିତ ସ୍ପେସ୍ ଏକ୍ସ(Elon Musk-run SpaceX) । ଅଧିକ ପଢନ୍ତୁ

40ତମ ମିଶନ ସହ ମହାକାଶରେ 51 ଟି ଷ୍ଟାରଲିଙ୍କ ସାଟେଲାଇଟ ନିୟୋଜିତ କଲା SpaceX

author img

By

Published : Sep 5, 2022, 7:56 PM IST

ସାନ ଫ୍ରାନ୍ସିସ୍କୋ: ଏଲନ୍ ମସ୍କଙ୍କ ଦ୍ୱାରା ପରିଚାଳିତ ସ୍ପେସ୍ ଏକ୍ସ(Elon Musk-run SpaceX) ସଫଳତାର ସହ 51ଟି ଷ୍ଟାରଲିଙ୍କ ସାଟେଲାଇଟକୁ(Starlink satellites) ମହାକାଶରେ ନିୟୋଜିତ କରିଛି ଏବଂ ଚଳିତ ବର୍ଷ ଏହାର 40ତମ ମିଶନ ଶେଷ କରିଛି । ଫାଲକନ୍ 9 ରକେଟ୍(Falcon 9 rocket launched) ଆମେରିକାର ଫ୍ଲୋରିଡାର କେପ୍ କାନଭେରାଲ୍ ସ୍ପେସ୍ ଫୋର୍ସ ଷ୍ଟେସନରେ( Cape Canaveral Space Force Station in Florida) ସ୍ପେସ୍ ଲଞ୍ଚ କମ୍ପ୍ଲେକ୍ସ-40ରୁ (SLC-40) କକ୍ଷପଥରେ 51 ଷ୍ଟାରଲିଙ୍କ ସାଟେଲାଇଟ ଏବଂ ସ୍ପେସ୍ ଫ୍ଲାଇଟର ଶେର୍ପା- LTC ଉତକ୍ଷେପଣ କରିଛି ।

କମ୍ପାନୀ ଏକ ଟୁଇଟ୍‌ରେ କହିଛି, "51ଟି ଷ୍ଟାରଲିଙ୍କ ଉପଗ୍ରହର ନିୟୋଜନ ସହ SpaceX ର 40ତମ ମିଶନ ଚଳିତ ବର୍ଷ ଶେଷ ହୋଇଛି ! ସ୍ପେସ୍ ଫ୍ଲାଇଟର Sherpa-LTC ନିୟୋଜନ ନିଶ୍ଚିତ ହୋଇଛି । Sherpa-LTC ଅର୍ବିଟାଲ୍ ଟ୍ରାନ୍ସଫର ଭେଇକିଲ୍(OTV) ଏକ ସ୍ପେସ୍ ଫ୍ଲାଇଟ୍ ଗ୍ରାହକଙ୍କ ପେଲୋଡ୍ (ବୋଇଙ୍ଗର ଭାରୁନା ଟେକ୍ନୋଲୋଜି ପ୍ରଦର୍ଶନ ମିଶନର ଏକ ଅଂଶ, payload) ବହନ କରେ, ଯାହା ଭବିଷ୍ୟତରେ 147 ଅଣ-ଜିଓଷ୍ଟେସନାରୀ ବ୍ରଡବ୍ୟାଣ୍ଡ ଉପଗ୍ରହର ନକ୍ଷତ୍ର ପାଇଁ ଭି-ବ୍ୟାଣ୍ଡ ଯୋଗାଯୋଗ ପରୀକ୍ଷା କରିବାକୁ ଲକ୍ଷ୍ୟ ରଖିଛି ।

SpaceXର ଫାଲକନ୍ 9 ପୃଥିବୀଠାରୁ 310 କିଲୋମିଟର ଉଚ୍ଚତାରେ Sherpa-LTC ଛାଡିବ । ତା’ପରେ, Sherpa-LTC ଏହାର ଅନ୍ବୋର୍ଡ ହାଇ-ଟ୍ରଷ୍ଟ ପ୍ରୋପଲସନ୍ ସିଷ୍ଟମକୁ ଏହାର ନିର୍ଦ୍ଦିଷ୍ଟ 1000 କିଲୋମିଟର ବୃତ୍ତାକାର କକ୍ଷପଥରେ ଚଳାଇବା ପାଇଁ ବ୍ୟବହାର କରିବ, ଯେଉଁଠାରେ ଏହା 2 ବର୍ଷ ପାଇଁ ପରୀକ୍ଷା କରାଯିବ । ଗତ ସପ୍ତାହରେ, ମସ୍କ କହିଛନ୍ତି ଯେ, "SpaceX ବର୍ତ୍ତମାନ ପ୍ରାୟ ପାଞ୍ଚ ଦିନରେ ଷ୍ଟାରଲିଙ୍କ ସାଟେଲାଇଟ ଉତକ୍ଷେପଣ କରୁଛି ଏବଂ 2023 ରେ 100ଟି କକ୍ଷପଥ ମିଶନ ଆରମ୍ଭ କରିବାକୁ ଯୋଜନା କରୁଛି ।"

ଏହାମଧ୍ୟ ପଢନ୍ତୁ:- ଆଉ ରହିବନି ନେଟୱାର୍କ ସମସ୍ୟା, Starlink Internet ସହ ଯୋଡିହେବ ମୋବାଇଲ୍ ଫୋନ୍

ମସ୍କଙ୍କ ଅନୁଯାୟୀ, SpaceX ବର୍ତ୍ତମାନ ପ୍ରାୟ ପାଞ୍ଚ ଦିନରେ ରକେଟ୍ ଲଞ୍ଚ କରୁଛି, ଯାହା କମ୍ପାନୀକୁ ସହଜରେ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ । ସର୍ବାଧିକ ବାର୍ଷିକ ଲଞ୍ଚ(31) ପରୀକ୍ଷଣ କରି SpaceX ନିଜର ରେକର୍ଡ ଭାଙ୍ଗିସାରିଛି ଏବଂ ବର୍ତ୍ତମାନ ଏହି ସଂଖ୍ୟାକୁ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖିଛି । ଗତ ମାସ ଶେଷରେ, SpaceX ଏହାର ଷ୍ଟାରଲିଙ୍କ ବ୍ରଡବ୍ୟାଣ୍ଡ ଉପଗ୍ରହ (Starlink broadband satellites)ର 54ଟି କକ୍ଷପଥରେ ଉତକ୍ଷେପଣ କରି ସମୁଦ୍ରରେ ଥିବା ଏକ ଜାହାଜରେ ଏକ ରକେଟ୍ ଅବତରଣ କରିଥିଲା ।

ଏହି ସମୟରେ, ରୟାଲ୍ କାରିବିଆନ୍ ଗ୍ରୁପ୍(Royal Caribbean Group) ବିଶ୍ୱ କ୍ରୁଜ୍ ଇଣ୍ଡଷ୍ଟ୍ରିରେ ପ୍ରଥମ ଭାବେ ଷ୍ଟାରଲିଙ୍କ ହାଇ ସ୍ପିଡ୍, ଲୋ-ଲାଟେନ୍ସି ଇଣ୍ଟରନେଟ୍ ସେବା, ଅତିଥି ଏବଂ କ୍ରୁଙ୍କ ପାଇଁ ଉତ୍ତମ ଅନବୋର୍ଡ ଅଭିଜ୍ଞତା ପାଇଁ ଗ୍ରହଣ କରିଛି । ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା ସମସ୍ତ ବ୍ରାଣ୍ଡ ପାଇଁ ସମସ୍ତ ନୂତନ ଜାହାଜ ସହିତ ରୟାଲ୍ କାରିବିଆନ୍ ଇଣ୍ଟରନ୍ୟାସନାଲ୍, ସେଲିବ୍ରିଟି କ୍ରୁଜ୍ ଏବଂ ସିଲଭରସା କ୍ରୁଜ୍ ଜାହାଜରେ(Silversea Cruises ships) ସ୍ଥାପିତ ହେବ । 2023ର ପ୍ରଥମ ତ୍ରୟମାସିକ ଶେଷ ସୁଦ୍ଧା ସଂସ୍ଥାପନ ସମାପ୍ତ ହେବ ବୋଲି ଯୋଜନା କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.