ETV Bharat / international

ସିରିସିଲା ଭଉଣୀଙ୍କର କୋରୋନା ଉଦ୍ଭାବନ

ସାରା ବିଶ୍ବରେ ଆତଙ୍କର ଲହରୀ ଖେଳାଇ ଦେଇଛି କୋଭିଡ୍‌-19 । ସାମାଜିକ ଦୂରତା ବଜାୟ ରଖିବାକୁ ସରକାର ଲୋକମାନଙ୍କୁ ବାରମ୍ବାର କହୁଛନ୍ତି । ଅଧିକ ପଢନ୍ତୁ...

ସିରିସିଲା ଭଉଣୀଙ୍କର କୋରୋନା ଉଦ୍ଭାବନ
ସିରିସିଲା ଭଉଣୀଙ୍କର କୋରୋନା ଉଦ୍ଭାବନ
author img

By

Published : Apr 30, 2020, 12:45 AM IST

“ହ୍ୟାଲୋ ! ଫାଟକ ଭିତରେ ପ୍ରବେଶ କରିବା ପୂର୍ବରୁ ସାନିଟାଇଜରରେ ଆପଣଙ୍କ ହାତ ପରିଷ୍କାର କରନ୍ତୁ !”

ଆପଣ ପାଖକୁ ଯିବା ମାତ୍ରେ ଆପଣଙ୍କ ହାତ ଉପରେ ପଇସା ଆକାରରେ ବୁନ୍ଦାଏ ସାନିଟାଇଜର ପଡିଯିବ । ଆଶ୍ଚର୍ଯ୍ୟଚକିତ ହୋଇ ଆପଣ ଫାଟକ ଭିତରେ ପଶିବେ ଏବଂ ସେଠାରେ ଥିବା ଲୋକଙ୍କ ସହ ହାତ ମିଳାଇବାକୁ ଚେଷ୍ଟା କରିବେ । ହଠାତ୍‌, ଆଉ ଏକ ସ୍ବର ଶୁଭିବ, “ହାତଘଡିକୁ ଛୁଅଁନ୍ତୁ ନାହିଁ” । ଆପଣ ଆଉ ଟିକେ ଆଗକୁ ଯାଇ ସେମାନଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହିଁବେ ଏବଂ ସେଠାରେ ଝୁଲୁଥିବା ଏକ ପଟିରୁ ସତର୍କବାଣୀ ଶୁଭିବ “ଦୂରେଇ ଯାଆନ୍ତୁ!” ବର୍ତ୍ତମାନ ସୁଦ୍ଧା ଆପଣ ବୁଝିସାରିଥିବେ ଯେ ଏଗୁଡିକ ହେଉଛି କୋରୋନା ପ୍ରତିରୋଧକ ଉପକରଣ । ଏହି ଅଭିନବ ଉପକରଣଗୁଡିକୁ ଉଦ୍ଭାବନ କରିଛନ୍ତି ସିର୍‌ସିଲାର ବୁଦ୍ଧାବାରାପୁ ସ୍ନେହା ଏବଂ ଶ୍ବେତା ।

ଏଇ କିଛି ଦିନ ହେଲା ସାରା ବିଶ୍ବରେ ଆତଙ୍କର ଲହରୀ ଖେଳାଇ ଦେଇଛି କୋଭିଡ୍‌-19 । ସାମାଜିକ ଦୂରତା ବଜାୟ ରଖିବାକୁ ସରକାର ଲୋକମାନଙ୍କୁ ବାରମ୍ବାର କହୁଛନ୍ତି । କମ୍ପ୍ୟୁଟର ବିଜ୍ଞାନର ଛାତ୍ରୀ ସ୍ନେହା ଏବଂ ଶ୍ବେତା ମଧ୍ୟ ଏ ସଂପର୍କରେ ଚିନ୍ତା କଲେ । ତାଲାବନ୍ଦୀ ଯୋଗୁଁ ଘର ଭିତରେ ରହିବାକୁ ବାଧ୍ୟ ହୋଇଥିବାରୁ ନୂଆ ନୂଆ ଚିନ୍ତାଧାରାକୁ ରୂପରେଖ ଦେବା ଲାଗି ସେମାନଙ୍କ ପାଖରେ ସମୟ ଥିଲା । ପ୍ରାରମ୍ଭିକ ବିଫଳତା ସତ୍ତ୍ବେ ସେମାନେ ସେମାନଙ୍କ ପରୀକ୍ଷଣରେ ସଫଳ ହେଲେ । 3 ଭୋଲ୍‌ଟ କ୍ଷମତାସଂପନ୍ନ ଏକ ବ୍ୟାଟେରୀ, ବଜର୍‌, ସୁଇଚ୍‌ ଏବଂ ବୋଲ୍‌ଟ ସେନ୍‌ସର ବ୍ୟବହାର କରି ସ୍ନେହା ଏକ ହାତଘଡି ତିଆରି କଲେ । ଏହି ହାତଘଣ୍ଟା ପିନ୍ଧିଥିଲେ, ସାମାଜିକ ଦୂରତା ଉଲ୍ଲଙ୍ଘନ କରି କୌଣସି ଲୋକ ହାତ ମିଳାଇବା ଲାଗି ପାଖକୁ ଆସିବା ମାତ୍ରେ ଏହା ସଂକେତ ଦେବ ।

ସେ ଆଉ ଏକ ଉଦ୍ଭାବନ ମଧ୍ୟ କରିଛନ୍ତି । ତାହା ହେଉଛି ଗୋଟିଏ ଆଇଡି କାର୍ଡ ବା ପରିଚୟ ପତ୍ର । ଏଥିରେ ଆଇଆର୍‌ ସେନ୍‌ସର, ରିଲେ, ସ୍ପିକର, ସୁଇଚ୍‌ ଏବଂ ଇନ୍‌କୋର୍‌ ଡିଭାଇସ୍‌ ବ୍ୟବହୃତ ହୋଇଛି । ଏହି ଆଇଡି କାର୍ଡ ପାଖରେ ରଖିଥିବା ବ୍ୟକ୍ତିଙ୍କଠାରୁ 1 ମିଟରରୁ କମ୍‌ ଦୂରତା ପରିସରକୁ ଅନ୍ୟ କୌଣସି ବ୍ୟକ୍ତି ଆସିଲେ, ଏଥିରୁ ତୀବ୍ର ସ୍ବରରେ ସତର୍କ ସଙ୍କେତ ବାଜିଉଠିବ । ଏହି ଉପକରଣଗୁଡିକର ପ୍ରସ୍ତୁତି ଲାଗି ଯଥାକ୍ରମେ 100 ଏବଂ 300 ଟଙ୍କା ଖର୍ଚ୍ଚ ହେଉଛି ।

ଶ୍ବେତା ମଧ୍ୟ ଦୁଇଟି ଉଦ୍ଭାବନ କରିଛନ୍ତି । ସେ କୋଭିଡ୍‌-19 ଅଟୋମେଟିକ୍‌ ସାନିଟାଇଜର୍‌ ଏବଂ ଗେଟ୍‌ ଇଣ୍ଡିକେଟର ତିଆରି କରିଛନ୍ତି, ଯାହାର ମୂଲ୍ୟ 1,200 ଟଙ୍କା । ଯଦି କୌଣସି ବ୍ୟକ୍ତି ଫାଟକ ପାଖକୁ ଆସନ୍ତି ତେବେ ଗେଟ୍‌ ଇଣ୍ଡିକେଟରରେ ଥିବା ସେନ୍‌ସର ସଂକେତ ଦେବ । ଫାଟକରେ ପ୍ରବେଶ କରିବା ପୂର୍ବରୁ ବିଶୋଧକରେ ହାତକୁ ସଂକ୍ରମଣମୁକ୍ତ କରାଇ ନେବାକୁ ସାନିଟାଇଜର ସୂଚାଇ ଦେବ । ଏହା ଏକ ସ୍ବୟଂଚାଳିତ ଉପକରଣ ହୋଇଥିବାରୁ ସାନିଟାଇଜର ବାହାର କରିବା ଲାଗି ଏହାର ଅଗ୍ରଭାଗକୁ ଚିପିବା ଦରକାର ନାହିଁ ।

କୋରୋନା ଭାଇରସ୍‌ର ବ୍ୟାପ୍ତିକୁ ରୋକିବା ପାଇଁ ସାମାଜିକ ଦୂରତା ଏବଂ ବ୍ୟକ୍ତିଗତ ସ୍ବାସ୍ଥ୍ୟରକ୍ଷା ଖୁବ୍‌ ଗୁରୁତ୍ବୂପୂର୍ଣ୍ଣ । ତେଣୁ ଏହି ଉଦ୍ଭାବନକୁ ସମସ୍ତେ ପ୍ରଶଂସା କରିଛନ୍ତି । ସ୍ନେହା ଓ ଶ୍ବେତା ଦୁଇ ଭଉଣୀ କହନ୍ତି ଯେ, ଏହି ସବୁ ଉଦ୍ୟମରେ ସେମାନଙ୍କ ବାପା ମାଲ୍ଲେସାମ୍‌ ଖୁବ୍‌ ଅନୁପ୍ରେରିତ କରିଛନ୍ତି । ଭବିଷ୍ୟତରେ ଏଭଳି ଆହୁରି ଅନେକ ଉଦ୍ଭାବନ କରିବେ ବୋଲି ଦୁହେଁ ଆଶାପୋଷଣ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.