ୱେଲିଂଟନ: କୋରୋନା ସଂକ୍ରମଣ ବର୍ତ୍ତମାନ ବଢିଚାଲିଥିବା ବେଳେ ଆଣ୍ଟାର୍କଟିକାରେ ଯେପରି ଏହି ସଂକ୍ରମଣ ନପହଞ୍ଚେ ସେନେଇ ପଦକ୍ଷେପ ଗ୍ରହଣ କରିଛି ନ୍ୟୁଜିଲାଣ୍ଡ । ଏନେଇ ଆଣ୍ଟାର୍କଟିକାରେ ରହିଥିବା ନ୍ୟୁଜିଲାଣ୍ଡର ଗବେଷଣା କେନ୍ଦ୍ର ଆଗାମୀ ଦିନରେ ହେବାକୁ ଥିବା ଏହାର ପ୍ରୋଜେକ୍ଟ ସଂଖ୍ୟା କମାଇବ। ଏହି ମହାଦେଶକୁ କୋରୋନାମୁକ୍ତ ରଖିବାର ପ୍ରୟାସରେ ନ୍ୟୁଜିଲାଣ୍ଡ ଏପରି ପଦକ୍ଷେପ ନେଇଥିବା ପ୍ରକାଶ କରିଛି ।
ଏନେଇ ସରକାରୀ ଏଜେନ୍ସି ସୂଚନା ଦେଇଛି କି ନ୍ୟୁଜିଲାଣ୍ଡ ନିଜର 36ଟି ପ୍ରୋଜେକ୍ଟରୁ ବର୍ତ୍ତମାନ 23ଟି ପ୍ରୋଜେକ୍ଟକୁ ବାତିଲ କରିଛି । କେବଳ ଦୀର୍ଘସ୍ଥାୟୀ ସାଇନ୍ସ ମନିଟରିଂ ପ୍ରୋଜେକ୍ଟ, ଆବଶ୍ୟକୀୟ ଅପରେସନାଲ ଆକ୍ଟିଭିଟି ଓ ଯୋଜନାଗତ ମେଣ୍ଟେନାନ୍ସ କାର୍ଯ୍ୟ ଜାରି ରହିବା ନେଇ ସ୍ପଷ୍ଟ ହୋଇଛି । ମୁଖ୍ୟତଃ ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ ଏହି ଗବେଷଣା କାର୍ଯ୍ୟ ହୋଇଥାଏ ।
ଏମିତିରେ ଆଣ୍ଟାର୍କଟିକାକୁ କୋରୋନାମୁକ୍ତ ଓ ସୁରକ୍ଷିତ ରଖିବା ପାଇଁ ନ୍ୟୁଜିଲାଣ୍ଡର ପଦକ୍ଷେପକୁ ଛୁଟିଛି ପ୍ରଶଂସାରୁ ସୁଅ । ତେବେ କେବଳ ନ୍ୟୁଜିଲାଣ୍ଡ ନୁହେଁ, ଅଷ୍ଟ୍ରେଲିଆ ମଧ୍ୟ ଗ୍ରୀଷ୍ମକାଳୀନ ପ୍ରୋଜେକ୍ଟ ସଂଖ୍ୟା କମାଇବା ପାଇଁ ପୂର୍ବରୁ ଘୋଷଣା କରିସାରିଛି । ଉଭୟେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି କି ଏହାଦ୍ବାରା ବିଜ୍ଞାନ କ୍ଷେତ୍ରରେ ଯୋଜନାବଦ୍ଧ ଥିବା ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରୋଜେକ୍ଟରେ ବିଳମ୍ବ ହେବ ନିଶ୍ଚୟ । ହେଲେ ଏହା ଆଣ୍ଟାର୍କଟିକାର ସୁରକ୍ଷାଠାରୁ ଉପରେ ନୁହେଁ ।
@IANS