ETV Bharat / international

‘ସର୍ବାଧିକ ମାନବାଧିକାର ଉଲଙ୍ଘନକାରୀ ଦେଶ ପାକିସ୍ତାନ’

ବିଶ୍ବର ସବୁଠୁ ଅଧିକ ମାନବାଧିକାର ଉଲଙ୍ଘନ କରୁଥିବା ଦେଶ ପାକିସ୍ତାନ ବୋଲି ବିଶ୍ବ ୟୁଘୁର କଂଗ୍ରେସର ସଭାପତି ଡୋଲକୁନ ଇଶା କହିଛନ୍ତି ।

ଫାଇଲ ଫଟୋ
author img

By

Published : Sep 16, 2019, 8:47 PM IST

ଜେନିଭା: ପାକିସ୍ତାନ ବିଶ୍ବର ସବୁଠୁ ଅଧିକ ମାନବାଧିକାର ଉଲଙ୍ଘନ କରୁଥିବା ଦେଶ ବୋଲି ବିଶ୍ବ ୟୁଘୁର କଂଗ୍ରେସର ସଭାପତି ଡୋଲକୁନ ଇଶା କହିଛନ୍ତି । ପାକିସ୍ତାନର କାର୍ଯ୍ୟକୁ ଆନ୍ତର୍ଜାତିକ ସ୍ତରରେ ଚୀନ ଲୁଚାଇବାକୁ ଚେଷ୍ଟା କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ୟୁଘୁର ମୁସଲିମ ମାନଙ୍କ ଉପରେ ଚୀନ ଅତ୍ୟାଚାର କରୁଛି । ଏ ପ୍ରସଙ୍ଗରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ବି ଅବଗତ । କିନ୍ତୁ ସେ ଜାଣିଶୁଣି ଚୁପ ରହିଛନ୍ତି ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ସର୍ବଦା କାଶ୍ମୀର ସମସ୍ୟାକୁ ଆଗକୁ ଆଣିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଯେତେବେଳେ ୟୁଘୁରମାନଙ୍କ କଥା ଆସୁଛି ସେତେବେଳେ ସେ ଆଖି ବୁଜିଦେଉଛନ୍ତି ଓ ଚୀନକୁ ସମର୍ଥନ କରୁଛନ୍ତି । ଯାହା ଦୋମୁହାଁ ଓ ଲଜ୍ଜାଜନକ ବୋଲି ଇଶା ପ୍ରକାଶ କରିଛନ୍ତି ।

ପୂର୍ବ ତୁର୍କୀସ୍ଥାନ ଓ ବିଶ୍ବର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ୟୁଘୁର ସମ୍ପ୍ରଦାୟଙ୍କ ପାଇଁ ବିଶ୍ବ ୟୁଘୁର କଂଗ୍ରେସ କାର୍ଯ୍ୟ କରୁଛି । ଏହାକୁ ଜର୍ମାନୀରେ 2004 ମସିହାରେ ପ୍ରତିଷ୍ଠା କରାଯାଇଥିଲା ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.