ETV Bharat / international

ଆଇଏସର ସ୍ବୀକାରୋକ୍ତି: ଆତ୍ମଘାତୀ ବିସ୍ଫୋରଣରେ ମରିଛନ୍ତି ସଂଗଠନର 3 ସଦସ୍ୟ

ଶ୍ରୀଲଙ୍କାର ପୂର୍ବ ପ୍ରାନ୍ତରେ ଗତକାଲି ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଇସଲାମିକ ଷ୍ଟେଟର 3 ଆତଙ୍କବାଦୀ ନିହତ ହୋଇଛନ୍ତି । ଏନକାଉଣ୍ଟରରେ ପ୍ରାଣ ହରାଇଥିବା 15 ଜଣଙ୍କ ମଧ୍ୟରୁ ଆଇଏସର 3 ଆତଙ୍କବାଦୀ ଥିବା ଦାବି କରିଛି ସଂଗଠନ ।

ଫାଇଲ ଫଟୋ
author img

By

Published : Apr 28, 2019, 12:45 PM IST

କଲମ୍ବୋ: ଶ୍ରୀଲଙ୍କାର ପୂର୍ବ ପ୍ରାନ୍ତରେ ଗତକାଲି ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଇସଲାମିକ ଷ୍ଟେଟର 3 ଆତଙ୍କବାଦୀ ନିହତ ହୋଇଛନ୍ତି । ଏନକାଉଣ୍ଟରରେ ପ୍ରାଣ ହରାଇଥିବା 15 ଜଣଙ୍କ ମଧ୍ୟରୁ ଆଇଏସର 3 ଆତଙ୍କବାଦୀ ଥିବା ଦାବି କରିଛି ସଂଗଠନ । ସେମାନଙ୍କ ନାମ ଅବୁ ହାମ୍ମାଦ, ଅବୁ ସୁଫିୟାନ୍‌ ଏବଂ ଅବୁ ଅଲ୍‌-କ୍ବାକ୍ବା ବୋଲି କଲମ୍ବୋର ଏକ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ସେମାନେ ପ୍ରଥମେ ନିଜ ଅସ୍ତ୍ରଶସ୍ତ୍ରରେ ଗୁଳି ଚଳାଇଥିଲେ ଏବଂ ଗୋଳାବାରୁଦ ସରିଯିବାରୁ ବିସ୍ଫୋରକ ଖଞ୍ଜା କମରପଟିକୁ (ବେଲ୍‌ଟ୍‌) ଫୁଟାଇ ମୃତ୍ୟୁବରଣ କରିଥିଲେ ।

ସୂଚନାଯୋଗ୍ୟ ଯେ, ଗତକାଲି କଲମ୍ବୋରୁ ପ୍ରାୟ 360 କିମି ଦୂରରେ ଅବସ୍ଥିତ କଲମୁନଇ ସହରରେ ବୋମା ବିସ୍ଫୋରଣରେ ସମ୍ପୃକ୍ତ ଥିବା ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା । ଏହା ପରେ ଶ୍ରୀଲଙ୍କା ସେନା ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା । ଏହି ଅପରେସନରେ 6 ଜଣ ଶିଶୁଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ ଘଟିଥିଲା ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.