ETV Bharat / international

ଜାପାନ ପ୍ରସ୍ତୁତ କଲା 8ଟି ଭାଷାକୁ ଅନୁବାଦ କରୁଥିବା ସ୍ମାର୍ଟ ମାସ୍କ

କୋରୋନା କାଳରେ ମାସ୍କର ଚାହିଦା ବେଶ ଅଧିକ ରହିଛି । ଯାହାକୁ ନଜରରେ ରଖି ଜାପାନର ଏକ ଷ୍ଟାର୍ଟଅପ କମ୍ପାନୀ ସ୍ମାର୍ଟ ମାସ୍କ ପ୍ରସ୍ତୁତ କରିଛି । ଅଧିକ ପଢନ୍ତୁ..

ଜାପାନ ପ୍ରସ୍ତୁତ କଲା 8 ଟି ଭାଷାକୁ ଅନୁବାଦ କରୁଥିବା ସ୍ମାର୍ଟ ମାସ୍କ

author img

By

Published : Jun 28, 2020, 6:50 PM IST

ଟୋକିଓ: କୋରୋନା ଭାଇରସ କବଳରୁ ସୁରକ୍ଷା ଦେବାରେ ମୁଖ୍ୟ ଭୂମିକା ରଖୁଥିବା ମାସ୍କକୁ ନେଇ ବିଭିନ୍ନ ପ୍ରକାରର ନୂଆ ଉପାୟରେ ବ୍ୟବସାୟ କରାଯାଉଛି । ନିକଟରେ ଏକ ଜାପାନୀ କମ୍ପାନୀ ଏପରି ଏକ ସ୍ମାର୍ଟ ମାସ୍କକୁ ବିକଶିତ କରିଛି ଯାହା ବାର୍ତ୍ତା ପଠାଇପାରେ ଏବଂ ଜାପାନିଜରୁ ଅନ୍ୟ 8ଟି ଭାଷାରେ ଅନୁବାଦ କରିପାରିବ ।

ବର୍ତ୍ତମାନ ବିଶ୍ୱ କୋରୋନାର ଏକ ଭୟଙ୍କର ସଙ୍କଟ ଦେଇ ଗତି କରୁଛି । ଏପରି ପରିସ୍ଥିତିରେ, ଏହି ଫେସ ମାସ୍କର ବ୍ୟବହାର 'ନ୍ୟୁ ନର୍ମାଲ' ଭାବରେ ସାମ୍ନାକୁ ଆସିଛି । ଏହାର ଶ୍ରେୟ ଜାପାନର ଷ୍ଟାର୍ଟଅପ କମ୍ପାନୀ ଡୋନାଟ ରୋବୋଟିକ୍ସକୁ ପ୍ରଦାନ କରାଯାଇଛି । ଯାହା ଏକ ଇଣ୍ଟରନେଟ ସଂଯୁକ୍ତ 'ସ୍ମାର୍ଟ ମାସ୍କ' ବଜାରରେ ଅବତରଣ କରିଛି । ଏହି ମାସ୍କ ଜାପାନିଜରୁ ଅନ୍ୟ 8ଟି ଭାଷାକୁ ବାର୍ତ୍ତା ପଠାଇପାରେ ଏବଂ ଅନୁବାଦ କରିପାରିବ ।

ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ଧଳା ପ୍ଲାଷ୍ଟିକ 'ସି-ମାସ୍କ' ବର୍ତ୍ତମାନ ବ୍ୟବହୃତ ଷ୍ଟାଣ୍ଡାର୍ଡ ଫେସ ମାସ୍କ ଉପରେ ଫିଟ ହେବ । ଏହା ବ୍ଲୁଟୁଥ ମାଧ୍ୟମରେ ଯେକୌଣସି ସ୍ମାର୍ଟ ଫୋନ କିମ୍ବା ଟାବଲେଟ ଆପ ସହିତ ସଂଯୁକ୍ତ ହୋଇପାରିବ । ଏହା ଏକ ଆପ ଭାବରେ କାର୍ଯ୍ୟ କରିବ ଏବଂ ଟେକଷ୍ଟ ବାର୍ତ୍ତାଗୁଡ଼ିକୁ ଟ୍ରାନ୍ସକ୍ରାଇବ କରିବ, କଲ କରିବ ଏବଂ ମାସ୍କ ପିନ୍ଧୁଥିବା ବ୍ୟକ୍ତିଙ୍କ ସ୍ୱରକୁ ମଧ୍ୟ ବଢାଇବ ।

ଡୋନାଟ ରୋବୋଟିକ୍ସ କମ୍ପାନୀର ସର୍ବୋଚ୍ଚ ଅଧିକାରୀ ତାଇସୁକେ ଓନୋ କହିଛନ୍ତି ଯେ ଏହାର ବିକାଶ ପାଇଁ ଆମେ ବର୍ଷ ବର୍ଷ ଧରି କାର୍ଯ୍ୟ କରିଛୁ । ବର୍ତ୍ତମାନ ଆମେ ଏପରି ଉତ୍ପାଦ ତିଆରି କରିବା ପାଇଁ ଏହି ଟେକ୍ନୋଲୋଜିକୁ ବ୍ୟବହାର କରିଛୁ, ଯାହାଦ୍ବାରା ଏହା କୋରୋନା ଯୋଗୁଁ, ପରିବର୍ତ୍ତିତ ଦୁନିଆରେ ଲୋକଙ୍କ ବ୍ୟବହାର ଉପଯୋଗୀ ହୋଇପାରିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.