ଟୋକିଓ: ଜାପାନ ଉପକୂଳରେ ଅଟକି ଥିବା ଜାହାଜ ଡାଇମଣ୍ଡ ପ୍ରିନ୍ସସେସରେ ଆଉ ଜଣେ ଭାରତୀୟ କୋରୋନାରେ ପୀଡିତ ଥିବା ଜଣାପଡିଛି । ଏହାସହ ଜାହାଜରେ ଭାରତୀୟ କୋରୋନା ପୀଡିତଙ୍କ ସଂଖ୍ୟା 7କୁ ବୃଦ୍ଧି ପାଇଛି ।
ଗତକାଲି ଜାହାଜର ଯାତ୍ରୀଙ୍କ ରକ୍ତ ନମୁନା ରିପୋର୍ଟ ଆସିବା ପରେ 88 ଜଣ କୋରୋନା ଭାଇରସରେ ସଂକ୍ରମିତ ଥିବା ଜଣାପଡିଛି । ଏଥିରେ ଜଣେ ଭାରତୀୟଙ୍କ ରକ୍ତ ନମୁନାରୁ କୋରୋନା ପଜିଟିଭ ରହିଥିବା ନେଇ ଟୋକିଓରେ ଥିବା ଭାରତୀୟ ଦୂତାବାସ ସୂଚନା ଦେଇଛି । ଏହାସହ କୋରୋନାରେ ପୀଡିତ ଥିବା ସମସ୍ତ ଭାରତୀୟ ଯାତ୍ରୀଙ୍କୁ ଜାପାନର ହସପିଟାଲରେ ଚିକିତ୍ସା କରାଯାଉଛି । ଚିକିତ୍ସା କରାଯାଉଥିବା ଭାରତୀୟଙ୍କ ସ୍ବାସ୍ଥ୍ୟାବସ୍ଥା ଉନ୍ନତି କରୁଥିବା ଦୂତାବାସ ଉଲ୍ଲେଖ କରିଛି ।
ଜାହାଜ ଡାଇମଣ୍ଡ ପ୍ରିନ୍ସସେସରେ ମୋଟ 3 ହଜାର 7ଶହ 11ଜଣ ଯାତ୍ରୀ ରହିଥିବାବେଳେ ସେଥିରେ 138 ଜଣ ଭାରତୀୟ ରହିଛନ୍ତି । ଭାରତୀୟଙ୍କ ମଧ୍ୟରେ 132 ଜଣ କ୍ରିଉ ମେମ୍ବର ରହିଥିବାବେଳେ 6 ଜଣ ଯାତ୍ରୀ ରହିଛନ୍ତି ।
@ANI