ETV Bharat / international

ଚୀନରେ ଫଶିଥିବା ପାକିସ୍ତାନୀ ଛାତ୍ରଙ୍କ ଉଦ୍ଧାର ଲାଗି ଇସଲାମାବାଦରେ ପ୍ରଦର୍ଶନ - coronavirus

ଚୀନରେ ଫସିଥିବା ନିଜ ନାଗରିକଙ୍କୁ ଉଦ୍ଧାର କରିବା ଲାଗି କୌଣସି ପଦକ୍ଷେପ ନେଉନାହିଁ ପାକିସ୍ତାନ । ଯାହାକୁ ନେଇ ପାକିସ୍ତାନୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ...

protest-in-islamabad
ଇସଲାମାବାଦରେ ପ୍ରଦର୍ଶନ
author img

By

Published : Feb 20, 2020, 12:11 PM IST

ଇସଲାମାବାଦ: ଚୀନରେ ଅଣାୟତଃ ହେଉଛି କୋରୋନା ଭାଇରସ । ଏହାର ସଂକ୍ରମଣ ଏବଂ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ତେବେ ଚୀନରେ ଫସିଥିବା ନିଜ ନାଗରିକଙ୍କୁ ସ୍ବଦେଶ ଫେରାଇ ଆଣୁଛନ୍ତି ସମସ୍ତ ଦେଶ । କିନ୍ତୁ ପାକିସ୍ତାନ ଏଦିଗରେ କୌଣସି ପଦକ୍ଷେପ ନେଉନାହିଁ, ଯାହାକୁ ନେଇ ପାକିସ୍ତାନୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ଏହାକୁ ବିରୋଧ କରି ବୁଧବାର ଇସଲାମାବାଦରେ ପ୍ରଦର୍ଶନ କରିଛନ୍ତି ଚୀନରେ ଫଶିଥିବା ଛାତ୍ରଙ୍କ ପରିବାରବର୍ଗ । ତାଙ୍କ ପିଲାଙ୍କୁ ଚୀନରୁ ଉଦ୍ଧାର କରିବା ପାଇଁ ଦାବି କରିଛନ୍ତି ସେମାନେ ।

ଛାତ୍ରଙ୍କ ସମେତ ପ୍ରାୟ 30,000 ପାକିସ୍ତାନୀ ନାଗରିକ ଚୀନରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ପାଖାପାଖି ୮୦୦ ଛାତ୍ର କୋରୋନା ଭାଇରସର ଉତ୍ପତ୍ତି ସ୍ଥଳ ଉହାନରେ ଅଛନ୍ତି । ତେବେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପାକିସ୍ତାନ ସରକାରଙ୍କ ନିକଟରେ ସେମାନେ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ପାକିସ୍ତାନ ସରକାର ଏଦିଗରେ କିଛି ପଦକ୍ଷେପ ଉଠାଉନାହାଁନ୍ତି ।

ସୂଚନାଯୋଗ୍ୟ ଯେ, ଚୀନରୁ ବିଶ୍ବର ୨୯ଟି ଦେଶକୁ ବ୍ୟାପିଥିବା କୋରୋନା ଭାଇରସ ଜନିତ ମୃତ୍ୟୁ ସଂଖ୍ୟା ୨୧୨୦ରେ ପହଞ୍ଚିଛି । ଏହି ମାରାତ୍ମକ ଭାଇରସ ଯୋଗୁଁ ୭୬ ହଜାର ୨୬୨ ଜଣ ଲୋକ ଆକ୍ରାନ୍ତ ଥିବା ଜଣାପଡ଼ିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.