ETV Bharat / international

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବରିଷ୍ଠ ସହଯୋଗୀ ଅସୀମ ବାଜୱାଙ୍କ ଇସ୍ତଫା

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ୱତନ୍ତ୍ର ସହକାରୀ ଲେଫ୍ଟନାଣ୍ଟ ଜେନେରାଲ ଅସୀମ ସଲିମ ବାଜୱା ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ବାଜୱା କହିଛନ୍ତି ଯେ ସେ ତାଙ୍କ ଇସ୍ତଫା ଗ୍ରହଣ କରିବାକୁ ଏବଂ ତାଙ୍କୁ ଏହି ପଦରୁ ମୁକ୍ତ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିବେ। ସେ କହିଛନ୍ତି ଯେ ସେ ସିପିଇସି, ପାକିସ୍ତାନର ଭବିଷ୍ୟତ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି।

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବରିଷ୍ଠ ସହଯୋଗୀ ଅସୀମ ବାଜୱାଙ୍କ ଇସ୍ତଫା
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବରିଷ୍ଠ ସହଯୋଗୀ ଅସୀମ ବାଜୱାଙ୍କ ଇସ୍ତଫା
author img

By

Published : Sep 4, 2020, 3:10 PM IST

ଇସ୍‌ଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବରିଷ୍ଠ ସହାୟକ ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ଅସୀମ ସଲିମ ବାଜୱା ନିଜର ଇସ୍ତଫା ଘୋଷଣା କରିଛନ୍ତି। ଟ୍ୱିଟରରେ ପୋଷ୍ଟ ହୋଇଥିବା ପ୍ରତିବାଦରେ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗର ଖୁଲାସା ପରେ ଗୁରୁବାର ସେ ଏହି ଘୋଷଣା କରିଛନ୍ତି।

  • I strongly rebut the baseless allegations levelled against me and my family.Alhamdolillah another attempt to damage our reputation belied/exposed.I have and will always serve Pakistan with pride and dignity. pic.twitter.com/j185UoGhx1

    — Asim Saleem Bajwa (@AsimSBajwa) September 3, 2020 " class="align-text-top noRightClick twitterSection" data=" ">

''ବାଜୱା କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହକାରୀ ପଦରୁ ମଧ୍ୟ ଇସ୍ତଫା ଦେବେ। ପୂର୍ବତନ ମୁଖ୍ୟ ସାମରିକ ମୁଖପାତ୍ର ଟେଲିଭିଜନ ସୋ ହୋଷ୍ଟ ଶାହଜେବ ଖାନଜାଦାଙ୍କ ସହ କଥାବାର୍ତ୍ତା ବେଳେ ସେ ଏହା କହିଛନ୍ତି। ସେ ଶୁକ୍ରବାର ତାଙ୍କ ଇସ୍ତଫା ପତ୍ର ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିବେ ବୋଲି କହିଛନ୍ତି।''

''ତେବେ ଇମ୍ରାନ ଖାନଙ୍କ ବରିଷ୍ଠ ସହାୟକ କହିଛନ୍ତି ଯେ ସେ ଚୀନ୍-ପାକିସ୍ଥାନ ଅର୍ଥନୈତିକ କରିଡର (ସିପିଇସି) ପ୍ରାଧିକରଣର ଚେୟାରମ୍ୟାନ୍ ଭାବରେ ତାଙ୍କର କାର୍ଯ୍ୟ ଜାରି ରଖିବେ ବୋଲି ସେ କହିଛନ୍ତି। ସେ କହିଛନ୍ତି ମୁଁ ବିଶ୍ବାସ କରେ ଯେ ଏହି ପ୍ରକଳ୍ପ ହେଉଛି ଦେଶର ଭବିଷ୍ୟତ। ମୁଁ ଆଶା କରୁଛି ଯେ ପ୍ରଧାନମନ୍ତ୍ରୀ ମୋତେ ସିପିଇସି ଉପରେ ଧ୍ୟାନ ଦେବାକୁ ଅନୁମତି ଦେବେ।''

ଡନ୍ ବାଜୱା କହିଛନ୍ତି, "ମୁଁ ମୋର ସମସ୍ତ ଶକ୍ତି ସିପିଇସି ରେ ରଖିବାକୁ ସ୍ଥିର କଲି। କାରଣ ଆମେ ଭାବୁଥିଲୁ ବର୍ତ୍ତମାନ ସିପିଇସି ପ୍ରାଧିକରଣ ଉପରେ ଅନେକ ଧ୍ୟାନର ଆବଶ୍ୟକତା ରହିଛି"। ବାଜୱା ଇସ୍ତଫା ଦେବା ପରେ ତାଙ୍କ ପରିବାର ବିରୋଧରେ ଥିବା ଅଭିଯୋଗକୁ ମିଥ୍ୟା କହିଛନ୍ତି ।

ସେ କହିଛନ୍ତି, "ମୁଁ ଏବଂ ମୋ ପରିବାର ବିରୁଦ୍ଧରେ ହୋଇଥିବା ଭିତ୍ତିହୀନ ଅଭିଯୋଗକୁ ମୁଁ ଦୃଢ ଭାବରେ ଖଣ୍ଡନ କରିଛି। ଆମ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବା ପାଇଁ ଆଲହାମଡୋଲିଲା ଆଉ ଏକ ପ୍ରୟାସକୁ ଅସ୍ୱୀକାର କରିଛି। ପାକିସ୍ତାନ ମୋର ଗର୍ବ ଏବଂ ଏହାକୁ ସମ୍ମାନର ସହ ସେବା କରିବି ବୋଲି ସେ ଟ୍ବିଟରେ ଜବାବ ରଖିଛନ୍ତି।

ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ବାଜୱାଙ୍କ ଭାଇ, ପତ୍ନୀ ଏବଂ ଦୁଇ ପୁଅଙ୍କର ଏକ ବ୍ୟବସାୟିକ ସାମ୍ରାଜ୍ୟ ଅଛି। ଯାହା ଚାରୋଟି ଦେଶରେ 99 ଟି କମ୍ପାନୀ ପ୍ରତିଷ୍ଠା କରିଛି। ଯେଉଁଥିରେ ପିଜା ଫ୍ରାଞ୍ଚାଇଜ୍ ସହିତ 133 ରେଷ୍ଟୁରାଣ୍ଟ ସହିତ ଆନୁମାନିକ 39.9 ମିଲିୟନ ଡ଼ଲାର ରହିଛି। ହେଲେ ସମସ୍ତ ଅଭିଯୋଗକୁ ବାଜୱା ଖଣ୍ଡନ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.