ତେହେରାନ: ଭ୍ରଷ୍ଟାଚାର ଆରୋପରେ ଜେଲ ଗଲେ ଇରାନର ରାଷ୍ଟ୍ରପତି ହସନ ରୁହାନୀଙ୍କ ଭାଇ । ତେବେ ତାଙ୍କୁ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଥିବା ବେଳେ ଏହାର ସମୟ ସୀମା ଏବେ ସୁଦ୍ଧା ନିର୍ଦ୍ଧାରିତ କରାଯାଇନାହିଁ । ଇରାନର ଏକ ଗଣମାଧ୍ୟମ ପକ୍ଷରୁ ଏନେଇ ସୂଚନା ମିଳିଛି ।
ତେବେ 2016 ମସିହାରେ ରାଷ୍ଟ୍ରପତିଙ୍କ ଭାଇ ହୁସେନ ଫିରଦୌନଙ୍କ ବିରୁଦ୍ଧରେ ଦୁର୍ନୀତିର ଆରୋପ ଲାଗିଥିଲା । ଇରାନର କଠୋରପନ୍ଥୀ ଦଳ ତାଙ୍କ ବିରୁଦ୍ଧରେ ଏହି ଅଭିଯୋଗ ଆଣିଥିଲେ । ତେବେ ହୁସେନ ଫିରଦୌନ ଏହି ନିଷ୍ପତ୍ତି ବିରୁଦ୍ଧରେ ଆବେଦନ କରିପାରିବେ ବୋଲି ଜଣାପଡିଛି ।